ବିବାହ ପୂର୍ବରୁ ଦୀପିକାଙ୍କର ଏପରି ଏକ ଅଦ୍ଭୂତ ଅଭ୍ୟାସ ଥିଲା

ମୁୁମ୍ବାଇ:ଅଭିନେତ୍ରୀ ଦୀପିକା ପାଦୁକାନଙ୍କ ବିବାହକୁ ଇତି ମଧ୍ୟରେ ୧ ବର୍ଷ ହାଇଗଲାଣି । ସ୍ୱାମୀ ରଣବୀର କପୁରଙ୍କୁ ନେଇ ସେ ବେଶ୍ ଖୁସିରେ ଅଛନ୍ତି ବୋଲି ଏକଥା ପ୍ରାୟତଃ ସମେସ୍ତ ଜାଣନ୍ତି । ସୁଯୋଗ ପାଇଲେ ଦୁହେଁ ଦୁହିଁଙ୍କ ପ୍ରଶଂସା କରିବା ଆଦୌ ହାତଛଡ଼ା କରନ୍ତି ନାହିଁ । ବିବାହ ପରେ ଦୀପିକା ଜଣେ ଚୁଲ୍‌ବୁଲି ପତ୍ନୀ ସାଜିଛନ୍ତି ଏଥିରେ ସନ୍ଦେହ ନାହିଁ । ମାତ୍ର ବିବାହ ପୂର୍ବରୁ ସେ କିପରି ଥିଲେ ।
ନିକଟରେ ଏକ ସାକ୍ଷାକ୍ରାରରେ ଦୀପିକା କହିଛନ୍ତି କି ବିବାହ ପୂର୍ବରୁ ସେ ଜଣେ ବୁଢ଼ୀ ଆତ୍ମା ଥିଲେ । ଏବେ ତାଙ୍କୁ ଜଣେ ଅଦ୍ଭୂତ ଚରିତ୍ର ବୋଲି କୁହାଯାଇ ପାରିବ । ଦୀପିକା ଆହୁରି ବି କହିଛନ୍ତି ସେ ଅବିବାହିତ ଥିବା ବେଳେ ସେ ଦିନକୁ ଦୁଇ ଥର କପଡ଼ା ଧୋଉଥିଲେ ।
ରଣବୀରଙ୍କୁ ବିବାହ କରିବା ପରେ ତାଙ୍କ ଜୀବନ ବଦଳି ଯାଇଛି ବୋଲି ସେ କହିଛନ୍ତି । ଦୀପିକା କୁହନ୍ତି କି ରଣବୀର ତାଙ୍କ ସଫଳତାରେ ବେଶ୍ ଖୁସି । ଦୁହେଁ ଦୁହିଁଙ୍କ ପ୍ରତି ବେଶ୍ ସହଯୋଗୀ । ପତି-ପତ୍ନୀ ପୂର୍ବରେ ସେମାନେ ପ୍ରଥମେ ଭଲ ସାଙ୍ଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ