ବନ୍ଧୁ ମିଳନ ରେ ଭାବନା ର ଆଦାନ ପ୍ରଦାନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ର ୧୯୮୮ ମସିହା ଦଶମ ଶ୍ରେଣୀ ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ସ୍ଥାନୀୟ ମା କନ୍ଧୁଣୀ ଦେବୀ ପୀଠରେ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୦ ରୁ ଅଧିକ ପୁରାତନ ବନ୍ଧୁ ଏକତ୍ରିତ ହୋଇ ଥିଲେ। ଗ୍ରାମ/ସହର ତଥା ଦୂର ଦେଶରେ ନିଜ ନିଜ କର୍ମ ମୟ ଜୀବନ ଜୀବିକା ନିର୍ବାହ କରୁଥିଲେ ଦୀର୍ଘ୩୨ ବର୍ଷ ବିତିଥିଲେ ମଧ୍ୟ ପିଲା ଦିନ ସାଙ୍ଗ ମାନଙ୍କୁ ଏକତ୍ରିତ ଦେଖିବାର ଲୋଭ ମା କନ୍ଧୁଣୀ ଦେବୀ ଙ୍କ ପୀଠ କୁ ଟାଣି ଆଣିଥିଲା। ବିଭିନ୍ନ ପ୍ରକାର ସରକାରୀ ବେସରକାରୀ ଏବଂ ସ୍ବାବଲମ୍ବୀ କର୍ମ ସ୍ଥଳ ରେ ସମସ୍ତ ବନ୍ଧୁ ଭଲରେ ଅବସ୍ଥାପିତ କରିଥିବା ଯୋଗୁଁ ନିଜକୁ ସମସ୍ତେ ଧନ୍ୟ ମନେ କରିଥିଲେ। ଆଗାମୀ ଦିନରେ ଯଦି କୌଣସି ବନ୍ଧୁ ଏବଂ ତାର ପରିବାରକୁ କିଛି ସହଯୋଗ ର ଆବଶ୍ୟକ ପଡେ ତେବେ ବିନା ଦ୍ବିଧାରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ପି. ସାଇ କୃଷ୍ଣ ପତ୍ର ମତ ଦେଇଥିଲା ବେଳେ ଓଁ ନାରାୟଣ ପାତ୍ର ସମର୍ଥନ ଜଣାଇ ଥିଲେ। ଆସନ୍ତା ଦିନରେ ବେଲଗୁଣ୍ଠା ରେ କିଛି ଗରିବ ଓ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ୱେଷଣ କରି ପୁରସ୍କୃତ କରାଯିବା କୁ ରଜତ ସାହୁ ଙ୍କ ପ୍ରସ୍ତାବ କ୍ରମେ ଚନ୍ଦନ ସାହୁଙ୍କୁ ଛାତ୍ର ଛାତ୍ରୀ ଅନ୍ୱେଷଣ ପାଇଁ ଦାୟିତ୍ଵ ପ୍ରଦାନ କରାଗଲା। ବୈଠକ ଶେଷରେ ରମାକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ