ଛିନତାଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଓ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା

କଟକ, (ଓ୍ବାଇଏନଏସ): ରାସ୍ତାରେ ମହିଳାଙ୍କଠାରୁ ସୁନା ଲକେଟ୍ ଲୁଟ୍ ଉଦ୍ୟମ ମାମଲାରେ କୋର୍ଟଙ୍କ କଠୋର ରାୟ। ଏହି ଘଟଣାରେ ସମ୍ପୃକ୍ତ ଜଣେ କିନ୍ନର ଓ ତାଙ୍କ ସହଯୋଗୀଙ୍କୁ ପାଞ୍ଚ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ମିଳିଛି। ଏଥିସହ ଉଭୟଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଧାର୍ଯ୍ୟ କରାଯାଇଛି। କଟକ ସ୍ପେଶାଲ ଓପିଆଇଡି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଘଟଣାଟି ଗତ ଜୁନ୍ ୧ ତାରିଖର। କଟକ ଦେବୀଗଡ଼ା ଅଞ୍ଚଳରେ ମାଆ ଓ ଝିଅ ବାଇକ୍‌ରେ ଯାଉଥିବା ବେଳେ ଦୁଇ ଜଣ ଅନ୍ୟ ଏକ ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ। ସୁଯୋଗ ଦେଖି ଝିଅଙ୍କ ବେକରୁ ସୁନା ଲକେଟ୍ ଛଡ଼ାଇ ନେଇ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପରେ ପୁରୀଘାଟ ଥାନା ପୁଲିସ ଉଭୟଙ୍କୁ ହେପାଜତକୁ ନେଇ ମାମଲାର ତଦନ୍ତ କରିଥିଲା। ଦୀର୍ଘ ବିଚାର ପ୍ରକ୍ରିୟା ପରେ କୋର୍ଟରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଶିବାନୀ ପାଣି ଏବଂ ବାବୁ ନାୟକଙ୍କୁ ଦୋଷୀ ଘୋଷଣା କରାଯାଇଛି। ମାମଲାରେ ୬ ଜଣଙ୍କ ସାକ୍ଷ୍ୟକୁ ବିଚାରକୁ ନେଇ କୋର୍ଟ ଉଭୟଙ୍କୁ ପାଞ୍ଚ ବର୍ଷର ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ