୧୫୦ତମ ଜୟନ୍ତୀ ପାଳନ ପାଇଁ ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ କଏନ୍ ପ୍ରଚଳନ କରିବ ଇଂଲଣ୍ଡ

ଲଣ୍ଡନ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗୋଟାଏ ସ୍ମାରକୀ ଧାତବ ମୁଦ୍ରା ବା “କଏନ୍ ‘ ପ୍ରକାଶ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେଇଥିବା କଥା ବ୍ରିଟେନର ଅର୍ଥମନ୍ତ୍ରୀ ସାଜିଦ୍ ଜାୱିଦ୍ କହିଛନ୍ତି । ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟେନ୍ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଦ୍ରା ପ୍ରସ୍ତୁତ କରିବାକୁ ମୁଁ ଇଂଲଣ୍ଡ୍ର ରୟାଲ୍ ମିଣ୍ଟକୁ କହିଛି । ଏହାଦ୍ୱାରା ଗାନ୍ଧୀଜୀଙ୍କ ଦ୍ୱାରା ପାଇଥିବା ଶିକ୍ଷାକୁ ବିଶ୍ୱବାସୀ ଭୁଲି ପାରିବେ ନାହିଁ । ଲଣ୍ଡନରେ ବ୍ରିଟିସ୍ ଏସିଆନ୍ ସଫଳତା ପାଳନ କରିବା ନିମନ୍ତେ ଆୟୋଜିତ ଜିଜି-୨ ବାର୍ଷିକ ଉତ୍ସବରେ ଗୁରୁବାର ରାତିରେ ଏହି ଘୋଷଣା କରିଛନ୍ତି । ଜିଜି-୨ର ପ୍ରକାଶକ ଇଂଲଣ୍ଡସ୍ଥିତ ଏସିଆନ୍ ମିଡିଆ ଗ୍ରୁପ୍ ରିଲିଜ୍ କରିଥିବା ବାର୍ଷିକ କ୍ଷମତା ତାଲିକାର ଶୀର୍ଷରେ ଜାୱିଦ୍ ରହିଛନ୍ତି ।  ସେ କହିଛନ୍ତି: ଆଜିର ସମ୍ମାନ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି । ଏ କଥା ଘାଷଣା କରିବାର ଉପଯୁକ୍ତ ସମୟ ଉପସ୍ଥିତ ଯେ ତାଙ୍କ ସମ୍ମାନାର୍ଥେ ଗୋଟାଏ ନୂତନ ସ୍ମାରକୀ ମୁଦ୍ରା ପ୍ରକାଶ କରିବାକୁ ମୁଁ ଇଂଲଣ୍ଡର ରୟାଲ୍ ମିଣ୍ଟକୁ କହିଛି । ବିଶ୍ୱକୁ ଗାନ୍ଧୀଜୀ ଯାହା ଶିକ୍ଷା ଦେଇଛନ୍ତି ଆମେ ସେ ସବୁକୁ ଭୁଲିଯିବା ଉଚିତ ନୁହେଁ । ସେ କହିଛନ୍ତି: ଗାନ୍ଧୀଜୀ ଆମକୁ ଶିକ୍ଷା ଦେଇଛନ୍ତି ଯେ କ୍ଷମତା କେବଳ ଧନ ଓ ଉଚ୍ଚ ପଦବୀରୁ ଆସେ ନାହିଁ । ସେ ଯେଉଁ ମୂଲ୍ୟବାଧ ନେଇ ଜୀବନଯାପନ କରିଥିଲେ ଆମେ ସର୍ବଦା ସେ ସବୁ ମନେରଖିବା ଉଚିତ । ଏହାଛଡ଼ା ବହୁ ବର୍ଷ ତଳେ ଆମର ପିତାମାତା ସେ ସବୁ ମୂଲ୍ୟବାଧ ଧରି ଏଠାରେ ପହଞ୍ଚିଥିଲେ । ତାକୁ ମଧ୍ୟ ଆମେ ପାସୋରି ପକାଇବା କଥା ନୁହେଁ । ଜାୱିଦ୍ ହେଉଛନ୍ତି ଜଣେ ବ୍ରିଟିସ୍ ପାକିସ୍ତାନୀ ବସ୍ ଡ୍ରାଇଭରଙ୍କ ପୁଅ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ