ସୁପର୍ ମାର୍କେଟକୁ ଆସିବ ମହାକାଶରେ ତିଆରି କୃତ୍ରିମ ମାଂସ

ନ୍ୟୁୟର୍କ: ଜୀବକୋଷରୁ ମାଂସ ସୃଷ୍ଟି କରିବା ଆଉ କାଳ୍ପନିକ ବିଜ୍ଞାନ କାହାଣୀର କଥା ହୋଇ ନାହିଁ । ଇଣ୍ଟର୍ ନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଏ ଭଳି ମାଂସ ତିଆରି କରିଛନ୍ତି ଜଣେ ରୁଷୀୟ ମହାକାଶଚାରୀ । ଖୁବ୍ ଶୀଘ୍ର ଏହା ସୁପର୍ ମାର୍କେଟରେ ମିଳିବ ।  ଥ୍ରି-ଡି ପ୍ରିଣ୍ଟର୍ ଦ୍ୱାରା ଗୋରୁ, ଠେକୁଆ ଓ ମାଛ ଟିସ୍ୟୁ ଉତ୍ପାଦନ ନିମନ୍ତେ ଗତ ସେପ୍ଟେମ୍ବର ମାସରେ ମହାକାଶରେ ପରୀକ୍ଷା ହୋଇଥିଲା । ଏହି ନୂତନ ପ୍ରଯୁକ୍ତିବିଦ୍ୟା ଦୀର୍ଘକାଳୀନ ଯାତ୍ରାକୁ ସମ୍ଭବ କରିବା ସହ ମହାକାଶ ଅନ୍ୱେଷଣର ନବୀକରଣ କରିପାରେ । ଉଦାହରଣ ସ୍ୱରୂପ ମଙ୍ଗଳ ଗ୍ରହକୁ ଯାତ୍ରା କରିବାରେ ସହାୟକ ହାଇପାରେ ବୋଲି ଇସ୍ରାଏଲୀୟ କମ୍ପାନି ଆଲେଫ୍ ଫାର୍ମର ମୁଖ୍ୟ ଡାଇଡିୟର୍ ତୌବିଆ କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି: କିନ୍ତୁ, ଆମର ଲକ୍ଷ୍ୟ ହେଉଛି ପୃଥିବୀରେ ମାଂସ ବିକ୍ରୟ କରିବା । ଏହି ଉଦ୍ଭାବନ ପାରମ୍ପରିକ କୃଷିର ସ୍ଥାନ ନେବ ନାହିଁ । ଏହା ହେବ କାରଖାନା ଚାଷର ଉନ୍ନତ ବିକଳ୍ପ । ପୃଥିବୀ ପୃଷ୍ଠରେ ମଧ୍ୟ ପୂର୍ବରୁ ଷ୍ଟେମ୍ ସେଲ୍ ଯାଗେ ମାଂସ ପ୍ରସ୍ତୁତ ସରିଛି । କିନ୍ତୁ, ଏହି ଜାତୀୟ ମାଂସର ନାମକରଣ ଉପରେ ଏବେ ମଧ୍ୟ ବିତର୍କ ଚାଲିଛି । ଲାବ୍ରଟରି, ଆର୍ଟିଫିସିଆଲ୍, ସେଲ୍-ବେସଡ ବା କଲ୍ଟିଭେଟେଡ୍- ଏଥିରୁ କେଉଁ ନାମଟି ଦିଆଯିବା ତାହା ସ୍ଥିର ହାଇ ନାହିଁ । ଏହାକୁ ସମର୍ଥନ କରୁଥିବା ଲାକେ କହନ୍ତି ଜୀବକୋଷଭିତ୍ତିକ ମାଂସ ଓ ମାଛ ଉତ୍ପାଦନ ଯୋଗୁଁ ଜୀବହତ୍ୟା ବୃଦ୍ଧି ରୋକାଯାଇ ପାରିବା ସହ ମାଂସ ଉତ୍ପାଦନ ହାର ଉଲ୍ଲେଖଯୋଗ୍ୟ ଭାବେ ବଢ଼ିଯିବ । ଏହାକୁ ମାଂସ କୁହାଯିବା ଅନୁଚିତ ବୋଲି କେତେକ କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ