‘ବଉଳା’ ସାହିତ୍ୟ ସଂସଦ, ସୁରେନ୍ଦ୍ର ସମ୍ପାଦକ ଓ ହରିହର କୋଷାଧ୍ୟକ୍ଷ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ଅଞ୍ଚଳର ବହୁ ପୁରାତନ ସାହିତ୍ୟ ସଂସଦ ଭାବେ ପରିଚିତ ବଉଳା ସାହିତ୍ୟ ସଂସଦର ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ପରିଡା ଓ ହରିହର ସାମଲ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ସଂସଦର ସମ୍ପାଦକ ଥିବା ଶୁକଦେବ ମଲ୍ଲିକଙ୍କର ଗତବର୍ଷ ପରଲୋକ ହୋଇଯିବାପରେ ଏହି ପଦବୀଟି ଖାଲି ପଡିଥିଲା । ଆଜି ଅଣାମଠ ଠାରେ ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସଂସଦର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ପରିଡାଙ୍କୁ ସମ୍ପାଦକ ଓ ହରିହର ସାମଲଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସେହିପରି ବଉଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ କରାଯିବାକୁ ନିଷ୍ପତି ହୋଇଥିବାବେଳେ ଏହାର ମୁଖପତ୍ର ‘ବଉଳା’ ପାଇଁ ଜାନୁୟାରୀ ୩୧ତାରିଖ ମଧ୍ୟରେ ଲେଖା ପଠାଇବାକୁ ନିଷ୍ପତି ହୋଇଥିଲା । ଲେଖା ଗୁଡିକ ସୁରେନ୍ଦ୍ର କୁମାର ପରିଡା, ସମ୍ପାଦକ ବଉଳା ସାହିତ୍ୟ ସଂସଦ, ହାଟଡିହି, କେନ୍ଦୁଝର ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଶ୍ରକାନ୍ତ ପଟ୍ଟନାୟକ, ସୁବାସ ପାତ୍ର, ଅନ୍ତର୍ଯ୍ୟାମୀ ରାଉତ, ଅମୁଲ୍ୟ ମିଶ୍ର, ଦୟାନିଧି ବ୍ରହ୍ମ, ବନମାଳି ଜେନା, ଡ.ଅଭିନ୍ନ ସାହୁ, ବିଦ୍ୟୁତପ୍ରଭା ଦେଓ, ସରଳା ମହାପାତ୍ର, ସୁଦାମ ଚରଣ ଜେନା, ଅନନ୍ତ ଚରଣ ମୁଦୁଲି, ସୁଶ୍ରୀ ଦେବକୀ ଖୁଣ୍ଟିଆ, ଗୋଲକ ବିହାରୀ ନାୟକ, ମୁରଲୀଧର ବେହେରା, ପିତାମ୍ବର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ