ବାଲିଗୁଡାରେ ଜାତୀୟ ଶିଶୁ କାନ୍ୟା ଦିବସ ପାଳିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ବନବାସୀ ସେବା ସମିତି ପରିସରରେ ଜାତୀୟ ଶିଶୁ କନ୍ୟା ଦିବସ କନ୍ଧମାଳ ଲାଇନ ଓ ବନବାସୀ ସେବାସମିତିର ଆୟଜନରେ ପାଳିତ ହୋଇଯାଇଛି ।ଅତିଥୀ ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱନ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ସାଧାରଣ ସଭାର ଆୟଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଚାଇ୍ଡଲାଇନ କନ୍ଧମାଳର ନିର୍ଦ୍ଧେଶକ ରବୀନ୍ଦ୍ରକୁମାର ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥୀ ଭାବେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗଦୀଷ ଷଢଙ୍ଗି ଯୋଗଦେଇ ଥିଲେ | ମୁଖ୍ୟବକ୍ତା ଭାବେ ଶିକ୍ଷୟତ୍ରୀ ସସ୍ମିତା ପାଣ୍ଡା ଯୋଗଦେଇ ଜାତୀୟ ଶିଶୁକନ୍ୟାା ଦିବସ କାହିଁକି ପାଳନ କରାଯାଉଛି ଓ ଶିଶୁ ମାନଙ୍କୁ ଉତ୍ସାହ କରିବା ସହ ବିଭିନ୍ନ ଉଦାହରଣ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସିଡିପିଓ ଅନିତା ଦାସ, ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ଉପଖଣ୍ଡ ଲୋକସୁଚନା ଅଧିକାରୀଣି ଯଶୋଦା ଗାଦୱା ପ୍ରମୁଖ ମଂଚାସୀନାଚାଇଲ୍ଡା ଲାଇନ କୋଡିନେଟର ରଶ୍ମିତା କାମ୍ପା ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମଂଚରେ ଶିଶୁକନ୍ୟା ମାନେ ଏକକ ଅଭିନୟ କରିଥିଲେ । ଶିଶୁକନ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଛି । ଶିଶୁ କନ୍ୟା ମାନେ ଉଦଘାଟନୀ ଓ ଉଦଯାପନୀ ସଙ୍ଗିତଗାନ କରିଥିବା ବେଳେ ଶିଶୁ ସଦନଓଅନ୍ତେବାସୀମାନେ ସହେଯାଗ କରିଥିଲେ |


