ବାହୁଡା଼ଯାତ୍ରା ଉପଲକ୍ଷେ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବାହୁଡାଯାତ୍ରା ପାଳନ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ  ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ମୁନିଦ୍ର ହୋନନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ , ପୃଥ୍ଵୀରାଜ ମଣ୍ଡଳ , ବରିଷ୍ଠ ନାଗରିକ ତଥା ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଗୁରୁ ରଘୁନାଥ ପାତ୍ର , ନୃସିଂହ ଚରଣ ପଟ୍ଟନାୟକ , ବିଚିତ୍ରାନନ୍ଦ ବେବର୍ତ୍ତା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ।  ଆଜି ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପାରଳାଖେମୁଣ୍ଡିର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ , ଏ.ଯେ.କ୍ରିୟୁ , ଟିମ୍ ନୃତ୍ୟ , ଡ୍ରିମ୍ ଡାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ଓଡ଼ିଶୀ ଓ ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଶୁଭାଶିଷ ପତି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ଆଜି ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପ ଠାରେ ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ତତ୍ୱାବୋଧାନରେ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ