ପାରଳା ବଡ଼ଦାଣ୍ଡରେ ତିନି ରଥ ଉପରେ ସୁନାବେଶରେ ଝଲସିଲେ ତିନି ଠାକୁର

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଆଜି ପବିତ୍ର ହରିଶୟନ ଏକାଦଶୀ ଅବସରରେ ତିନି ଠାକୁରଙ୍କ ସୁନାବେଶରେ ଅତ୍ୟନ୍ତ ସୁନ୍ଦର ଭାବେ ଝଲସି ଉଠୁଥିବା ଦେଖାଦେଇଛି. ଏଥିନେଇ ପାରଳାଖେମୁଣ୍ଡି ସହରରେ ଅତ୍ୟନ୍ତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି. ପାରଳା ବଡ଼ଦାଣ୍ଡରେ ଭୋର ସକାଳୁ ତିନି ରଥ ଉପରେ ତିନି ଠାକୁରଙ୍କୁ ଯଥା ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ସହ ପୂଜାପାଠ କରାଯାଇଥିଲା। ଆଜି ବଡ଼ ଏକାଦଶୀ ତଥା ହରିଶୟନ ଏକାଦଶୀ ହୋଇଥିବାରୁ ଭୋର ସକାଳ ସମୟ ଠାରୁ  ତିନିରଥ ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା।

ଭକ୍ତମାନେ ତିନିରଥ ସମ୍ମୁଖରେ ଦ୍ବୀପ ଧୂପ ପ୍ରଦାନ କରି ତିନି ଠାକୁରଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜା କରିଥିଲେ. ସନ୍ଧ୍ୟା ସମୟରେ ତିନି ରଥ ଉପରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ତିନି ଠାକୁରଙ୍କୁ ସୁନା ଅଳଙ୍କାରରେ ଅତ୍ୟନ୍ତ ଚମତ୍କାର ଭାବେ ସଜ୍ଜା ଯାଇ ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଥିଲା। ସୁନାବେଶରେ ତିନି ଠାକୁର ଅତ୍ୟନ୍ତ ସୁନ୍ଦର ଭାବେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି. ତିନି ଠାକୁରଙ୍କ ଅତ୍ୟନ୍ତ ଲୋଭନୀୟ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ  ପାରଳା ରାଜଦାଣ୍ଡରେ ଛୁଟିଥିବା ଦେଖା ଦେଇଥିଲା. ଗଜପତି ପ୍ରଶାସନ ଓ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ