ଆଳି ଥାନା ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକରଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଗ୍ରାମର ସାଗର ରଞ୍ଜନ ପଣ୍ଡା ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରବାଡି ପ୍ଲଟରେ ବନ୍ଦୋବସ୍ତ ନକ୍ସାରେ ଜମି ପରିମାଣ କମିଯାଇଥିବାରୁ ସେ ଏକ ଆର.ପି. କେଶ କରିଛନ୍ତି । ଏହି ମାମଲା କୋର୍ଟଙ୍କ ବିଚାରାଧିନ ଥିବା ବେଳେ ତାଙ୍କ ପଡୋଶୀ ଏହି ବିବାଦୀୟ ଜମିକୁ ମାଡି କୋଠାଘର ନିର୍ମାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ଆଳି ଥାନା ପୋଲିସ ତାଙ୍କ ପଡୋଶୀଙ୍କୁ ଏଭଳି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଗତ ୨୩ତାରିଖରେ ତାଙ୍କ ଘରେ କେହି ପୁରୁଷ ଲୋକ ନଥିବା ସମୟରେ ତାଙ୍କ ସ୍ଥିତିବାନ ଜମି ଉପରୁ ଆଳି ଥାନା ପୋଲିସ ସହାୟତାରେ କାଠ ଉଠାଉଥିବାରୁ ତାଙ୍କର ୮୦ବର୍ଷ ବୟସର ବୃଦ୍ଧା ମା’ ତାହାର ବିରୋଧ କରିବାରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ତାଙ୍କ ଜମି ଉପରକୁ ମଡାଇ ଗୃହ ନିର୍ମାଣ କରୁଥିବା ସଂପୃକ୍ତ ପଡୋଶୀଙ୍କ ବିରୋଧରେ ଆଳି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗ କରିଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଥାନାବାବୁ କହିଥିଲେ ଯେ ଜମିବାଡି କଥାରେ ପୋଲିସ ହସ୍ତକ୍ଷେପ କରିପାରିବ ନାହିଁ କୋର୍ଟକୁ ଯାଆନ୍ତୁ ବୋଲି କହିଥିଲେ । ପରେ ଶ୍ରୀ ପଣ୍ଡା କୋର୍ଟରୁ ୧୪୪ଧାରାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଆଣିବା ପରେବି ଆଳି ଥାନା ପୋଲିସ ତାଙ୍କୁ କୈାଣସି ସହାୟତା କରିନଥିବା ସେ ଅଭିଯୋଗ କରିଛନ୍ତି । ମାତ୍ର ପୋଲିସ କିଭଳି ଗତ ୨୩ତାରିଖରେ ବେଆଇନ ଭାବେ ଜମିବାଡି ଘଟଣାରେ ତାଙ୍କ ପଡୋଶୀଙ୍କୁ ସହାୟତା କଲେ ତାହାର ଉପଯୁକ୍ତ ତଦନ୍ତ କରାଯିବାକୁ ଶ୍ରୀ ପଣ୍ଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଆଳି ଥାନା ପୋଲିସ ତାଙ୍କ ପଡୋଶୀଙ୍କୁ ତାଙ୍କ ବିରୋଧରେ ଫୈାଜଦାରୀ କେଶ କରିବାକୁ ଉସୁକାଉଛନ୍ତି ଯାହାଦ୍ୱାରାକି ମିଥ୍ୟା କେଶରେ ଶ୍ରୀ ପଣ୍ଡାଙ୍କୁ ଫସାଇ ପାରିବେ । ତେଣୁ ପୋଲିସର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ