ରାଜଧାନୀ ବୌଦ୍ଧିକ ସମାବେଶ ଗଠିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):୭୨ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ‘ବୌଦ୍ଧିକ ସମାବେଶ’ ନାମରେ ଏକ ନୂତନ ସଂଗଠନ ଗଠିତ ହୋଇଛି । ଏହାର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସାମ୍ବାଦିକ ସୌଭାଗ୍ୟ ମହାନ୍ତି(ରାଜା), ସାଧାରଣ ସଂପାଦକ ଶେଷାଶୀଷ ସାହୁ, ସଂପାଦକ ରାହୁଲ କୁମାର, କୋଷାଧ୍ୟକ୍ଷ ଶରତ ରାଉତ(ରାଜା), ଓ ମୁଖପାତ୍ର ଭାବେ ବିଜୟ କୁମାର ଖୁଂଟିଆଙ୍କୁ ମନୋନୀତ କରାଯାଇଛି । ସାମାଜିକ କାର୍ଯ୍ୟ, ସଂସ୍କୃତିର ସୁରକ୍ଷା, ବୌଦ୍ଧିକ ସଂପତିର ସୁରକ୍ଷା ଓ ଜ୍ଞାନର ବିକାଶ ଦିଗରେ ଏହି ସଂଗଠନ କାର୍ଯ୍ୟ କରିବ । ପ୍ରାନ୍ତରୁ ପ୍ରଦେଶ, ପ୍ରଦେଶରୁ ଦେଶ, ଦେଶରୁ ବିଦେଶ ପର୍ଯ୍ୟନ୍ତ ଶିକ୍ଷିତ, ଜ୍ଞାନୀ, ଗୁଣି, ସଂସ୍କୃତି ଓ ବୌଦ୍ଧିକ ଗୁଣ ସଂପନ୍ନ ବ୍ୟକ୍ତିଙ୍କୁ ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ସାମିଲ କରାଯିବାର କାର୍ଯ୍ୟ ରଖାଯାଇଛି । ଆଜି ପ୍ରଥମ ଦିନରେ ଦିବ୍ୟସିଂହ ପ୍ରଧାନ, ସଞ୍ଜିବ ଗୁପ୍ତା, ଋତୁରାଜ ପଟ୍ଟନାୟକ, ସାମ୍ବାଦିକ ବିଜୟ କୁମାର ଖୁଂଟିଆ, ଭାସ୍କର ଶ୍ରୀଚନ୍ଦନ, ପିୟୁଷ ସ୍ୱାଇଁ, ହରେଶ ପଟ୍ଟନାୟକ, ପ୍ରଶାନ୍ତ କୁମାର ପରିଡା, ଶେଷାଶିଷ ସାହୁ, ରାହୁଲ କୁମାର, ଅଗ୍ନିବେଶ ସ୍ୱାଇଁ, ସୁକାନ୍ତ କୁମାର ମହାନ୍ତି, ନୀଳମଣି ପାଇଲ, ସୁନୀଲ କୁମାର ନାୟକ, ପ୍ରଦୋଷ ପରିଡା, ଜିତେନ୍ଦ୍ର ଜେନା ଓ ସିମ୍ପୁଲ ନାୟକ ପ୍ରମୁଖ ସଭ୍ୟ ଭାବେ ଯୋଗ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ