୧୨ ବର୍ଷର ଶିଶୁ ପକେଟ ମନିରୁ ଶ୍ରୀରାମ ମନ୍ଦିର ପାଇଁ ନିଧି ସମର୍ପଣ କଲେ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ ସାରା ଭାରତରେ ଚାଲୁଅଛି । ଭୁବନେଶ୍ୱରରେ ଏହି ଅଭିଯାନ ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହୋଇଛି । ଶ୍ରୀରାମ ଜନ୍ମଭୁମି ମନ୍ଦିର ନିଧି ସମର୍ପଣ ସମିତି,ଭୁବନେଶ୍ୱର ପକ୍ଷରୁ ୧୫ଦିନ ଧରି ଚାଲୁଥିବା ଏହି ସ୍ୱତନ୍ତ୍ର ଅଭିଯାନ ସତ୍ୟନଗର ପଂଜାବୀ କଲୋନୀରେ ପହଁଚିଥିଲା । ସମିତି ତରଫରୁ କାର୍ଯ୍ୟକର୍ତାମାନେ ଘର ଘର ବୁଲି ସଂପର୍କ କରିବା ସହିତ ନିଧି ସଂଗ୍ରହ ମଧ୍ୟ କରୁଛନ୍ତି । ପଂଜାବୀ କଲୋନୀର ହେମନ୍ତ ଜ୍ୟୋତି ମହାପାତ୍ର ପକେଟ ମନିରୁ ୩୦୦୦ ଟଙ୍କା ଦେଇଛନ୍ତି ମନ୍ଦିର ନିର୍ମାଣ ପାଇଁ । ହେମନ୍ତ ଜ୍ୟୋତିର ବୟସ ୧୨ ବର୍ଷ । ସେ ସପ୍ତମ ଶ୍ରେଣୀରେ ପଢୁଅଛି । ଅଭିଯାନର କାର୍ଯ୍ୟକର୍ତା ଯେତେବେଳେ ତାଙ୍କ ଘରେ ପହଁଚିଲେ ସେ ଜିଦ୍ ଧରିଲେ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିବାକୁ । ଛୋଟ ପିଲା ଠାରୁ ନିଧି ନେବାକୁ ଅମଙ୍ଗ ହେଉଥିବା କାର୍ଯ୍ୟକତା ଶେଷରେ ପିଲାର ସମର୍ପଣ ଭାବ ଦେଖି ତାଠାରୁ ନିଧି ସଂଗ୍ରହ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡିଶା ପୂର୍ବର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା,ପୂର୍ବକ୍ଷେତ୍ରର କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରଶନ୍ନ ମିଶ୍ର ଓ ସୁଦିପ୍ତ ରାୟ ଏହି ନିଧି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ