ଲିଙ୍ଗରାଜ ସେନା ପୁନର୍ଗଠିତ, ଲିଙ୍ଗରାଜଙ୍କ ସେବାୟତଙ୍କୁ ମାଗଣା କୋଭିଡ଼୍ ଟିକା ଦାବି

ଭୁବନେଶ୍ୱର,,(ଓ୍ବାଇଏନ୍ଏସ୍): ଏକାମ୍ର କ୍ଷେତ୍ରରେ ୧୯୯୪ମସିହାରେ ଗଠିତ ଦିର୍ଘଦିନର ବ୍ୟବଧାନ ପରେ ଲିଙ୍ଗରାଜ ସେନା ପୁର୍ନଗଠିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସମସ୍ୟା, ସେବାୟତଙ୍କ ସମସ୍ୟା, ଯାନିଯାତ୍ରାରେ ଉପୁଜୁଥିବା ସମସ୍ୟା ଓ ସ୍ଥାନୀୟ ସମସ୍ୟାକୁ ସମାଧାନ ପାଇଁ ଏହା କାର୍ଯ୍ୟ କରିବ । ପୂର୍ବରୁ ଏହାର ସଭାପତି ପୂର୍ବତନ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା, ଉପସଭାପତି ସନତ ମିଶ୍ର, ସମ୍ପାଦକ ରାଜା ପରିଡ଼ା ଥିବା ବେଳେ ଏହାକୁ ପୁର୍ନଗଠନ କରାଯାଇଛି । ଏହାର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରୀୟ ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ଭାବେ ପୂର୍ବତନ ଟ୍ରଷ୍ଟ ବୋର୍ଡ ସଭାପତି ସନତ ମିଶ୍ର, ସମିର ମହାନ୍ତି, ସଂଗ୍ରାମ ପାଇକରାୟ, ପୂର୍ବତନ କର୍ପୋରେଟର ବିରଞ୍ôଚ ନାରାୟଣ ମହାସୁପକାର, ପ୍ରମୋଦ ମହାପାତ୍ର, ରାଜା ପରିଡ଼ା, ସନ୍ତୋଷ ମହାନ୍ତି, ରିତ ମହାପାତ୍ର, ପୃଥୀବକାନ୍ତ ମହାପାତ୍ର, ହରିହର ମଲିଆ ପ୍ରମୁଖ ଉପସଭାପତି ରହିଛନ୍ତି । ସେହିପରି ସମ୍ପାଦକ ଭାବେ ଯୁବ ନେତା ମଦନ ମୋହନ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ କପିଳଚନ୍ଦ୍ର ପଣ୍ଡା ନିର୍ବାଚିତ ହୋଇଛନ୍ତି । ସଂଗଠନ ସମ୍ପାଦକ ଭାବେ ଶିବ ପ୍ରସାଦ ବେହେରା, ଗୋପାଳ ମକଦ୍ଦମ, ମନୋରନ ବଟୁ, ପ୍ରଶାନ୍ତ ସମର୍ଥା, ପିଣ୍ଟୁ ପୂଜାପଣ୍ଡା, ଟୁଟୁ ପଣ୍ଡା, ଦେବୀ ପ୍ରସାଦ ନନ୍ଦ, ରବିନ୍ଦ୍ର ମହାରଣା, ଜୟକୃଷ୍ଣ ମଲିଆ ରହିଛନ୍ତି । ଏଥିରେ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ରାଧାନାଥ ମହାପାତ୍ର, ମିଟୁ ମହାପାତ୍ର, ଶ୍ରୀବତ୍ସ ପତି, ବାବନ ଚନ୍ଦ୍ର ଗରାବଡ଼ୁ, ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ଦିପକ ମହାପାତ୍ର, ନରେନ୍ଦ୍ର ସେଠୀ, ପ୍ରଫୁଲ୍ଲ ସ୍ୱାଇଁ, ବାବୁ ବଟୁ, କୁନା ପାତ୍ର, ଗୌରୀ କୁମାର ଖଟେଇ ପ୍ରମୁଖ ରହିଛନ୍ତି । ଲିଙ୍ଗରାଜ ମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିବାରୁ ସେବାୟତଙ୍କୁ ମାଗଣା କୋଭିଡ଼୍ ଟିକା ତୁରନ୍ତ ପ୍ରଦାନ କରନ୍ତୁ । ଏନେଇ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ