ଏକାଠି ଆସିବେ ହ୍ରିତିକ୍ ଓ ଅନୁଷ୍କା

ହ୍ରିତିକ୍ ରାଶନ୍ ଏବେ ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର୍ ହୋଇଛି । ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି । ତେବେ ଫିଲ୍ମଟି ଥିଏଟରରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି । ସୂଚନା ଅନୁଯାୟୀ, ଫରହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ । ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା । ଯଦି ଏ ଖବର ସତ ହୁଏ, ତା’ହେଲେ ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଆଉ ଏହି ନୂଆ ଯୋଡ଼ିଙ୍କ ଅନ୍‌ସ୍କ୍ରିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ମଧ୍ୟ ଆଶା କରାଯାଉଛି । ଫରହା ଏ ଫିଲ୍ମର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ହ୍ରିତିକ୍ ଓ ଅନୁଷ୍କାଙ୍କୁ ନେଇ ଷ୍ଟାର୍କାଷ୍ଟ୍ ବି ଫାଇନାଲ୍ କରି ସାରିଛନ୍ତି ବାଲି ଜଣାପ?ିଛି । ତାଙ୍କର ଏହି ଫିଲ୍ମର ପ୍ରଯାଜନା ଦାୟିତ୍‌” ନେଇଛନ୍ତି ରାହିତ୍ ସେଟ୍ଟୀ । ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ । ଫରହା ଏହାକୁ ୨୦୨୧ ପ୍ରାରମ୍ଭରେ ରିଲିଜ୍ କରାଇବାକୁ ଚାହୁଁଛନ୍ତି ।
ଚର୍ଚ୍ଚା ହେଉଛି, ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ “ସତ୍ତେ ପେ ସତ୍ତା’ର ରିମେକ୍ ହେବ । ତେବେ ଫରହା ଏ ନେଇ କିଛି କହି ନାହାନ୍ତି । ସେ କହିଛନ୍ତି ଯେ ସବୁକିଛି ଫାଇନାଲ୍ ହେବା ପରେ ଏହି ଫିଲ୍ମ ସଂପର୍କରେ ଅଫିସିଆଲ୍ ଘୋଷଣା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ