“ବିଗ୍ ବସ୍‌’ରୁ ବାହାରିଲେ ଦଲଜିତ୍‌

“ବିଗ୍ ବସ୍‌-୧୩’ ଉପରେ ଏବେ ସତେ ଯେମିତି ସମସ୍ତେ ଖପ୍ପା ! ଗୋଟେ ପଟେ କରଣୀ ସେନା ଶା’କୁ ବନ୍ଦ କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ ଶୋ’ର ପ୍ରଥମ ଏଲିମିନେସନକୁ ନେଇ ଫ୍ୟାନମାନେ ବି କ୍ଷୁବ୍ଧ ହୋଇଛନ୍ତି । ଗତକାଲି ଥିଲା ଶୋ’ର ଦ୍ୱିତୀୟ ୱିକେଣ୍ଡ କା ୱାର୍‌’ ଏପିସୋଡ୍ । ଆଉ ଏଥିରେ ହାଇଥିଲା ଶା’ର ଚଳିତ ସଜିନ୍ର ପ୍ରଥମ ଏଲିମିନେସନ୍ । ଗତକାଲି ବିଗ୍ ବସ୍ ଘରୁ ଦଲଜିତ୍ କୌର୍ ବାହାରି ଯାଇଛନ୍ତି, ଯାହା ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନାହିଁ । ତେଣୁ ସୋଶାଲ୍ ମିଡିଆରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି ।
ବିଗ୍ ବସ୍ ଘରେ ଦଲଜିତ୍‌ଙ୍କର ଦୁଇ ସପ୍ତାହର ରହଣି ବେଶ୍ ଭଲ ଥିଲା । ସେ କାହାକୁ ଖରାପ ବ୍ୟବହାର କରି ନଥିଲେ କି କାହା ସହିତ ଅଯଥାରେ କଳିଝଗଡ଼ା କରି ନଥିଲେ । ଓଲଟି ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏପରିକି ସଲମାନ୍ ଖାନ୍ ମଧ୍ୟ ଦଲଜିତ୍‌ଙ୍କୁ ଘରୁ ବାହାର କରିବା ସମୟରେ ବେଶ୍ ପ୍ରଶଂସା କରିଥିଲେ ।
ଏଥିପାଇଁ ଶୋ’ରୁ ତାଙ୍କୁ ବାହାର କରାଯିବା ପରେ ଫ୍ୟାନମାନେ ନିରାଶ ହୋଇ ଯାଇଛନ୍ତି । ସେମାନେ ସୋଶାଲ୍ ମିଡିଆରେ ଏହି ନିଷ୍ପତ୍ତିର ଖୋଲାଖୋଲି ବିରୋଧ କରୁଛନ୍ତି । ଏମିତିକି ଟ୍ୱିଟର୍ରେ ଦଲଜିତ୍ ଟ୍ରେଣ୍ଡିଂରେ ଅଛନ୍ତି । ଦର୍ଶକଙ୍କ କହିବା ଅନୁଯାୟୀ, ଦଲଜିତ୍‌ଙ୍କୁ ବାହାର କରିବା “ବିଗ୍ ବସ୍‌’ର ଏକ ଭୁଲ୍ ନିଷ୍ପତ୍ତି । କିଛି ଦର୍ଶକଙ୍କ କହିବା ଅନୁଯାୟୀ, ଦଲଜିତ୍‌ଙ୍କ ସ୍ଥାନରେ ଶେହନାଜ୍‌ଙ୍କୁ ବାହାର କରାଯିବାର ଥିଲା । ସେହିପରି ଆଉ କିଛି ଫ୍ୟାନ୍ କହିଛନ୍ତି ଯେ ତାଙ୍କ ବଦଳରେ କାଏନାଙ୍କୁ ବାହାର କରିବା ଉଚିତ୍ ହୋଇଥା’ନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ