ଭାରତୀୟ ବାୟୁସେନାର କାହାଣୀ କହିବ “ବାଲାକୋଟ’: ବିବେକ

ବଲିଉଡ୍ ଅଭିନେତା ବିବେକ ଓବରଏ କହିଛନ୍ତି ତାଙ୍କ ଅପ୍ କମିଙ୍ଗ ଫିଲ୍ମ “ବାଲାକୋଟ’ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରେରଣା ଯୋଗାଇବ । ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ ସତ କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି ଫିଲ୍ମ । ତେଣୁ ଏଥିରେ ଭାରତୀୟ ବାୟୁସେନାର ବୀରତ୍ୱକୁ ପ୍ରଦର୍ଶନ କରାଯାଇଛି ଯାହା ଆଗାମୀ ପିଢିକୁ ପ୍ରେରଣା ଦେବ ବୋଲି ବିବେକ କହିଛନ୍ତି । ଏହାସହ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ କିପରି ମୁକୁଳାଇଥିଲା ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ଗତ ଫେବୃୟାରୀ ୧୪ରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆକ୍ରମଣ କରାଯାଇଥିଲା । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଏହି ବାୟୋପିକକୁ ନେଇ ବିବେକ ବେଶ୍ ଉତ୍ସାହିତ ଅଛନ୍ତି । ନିକଟରେ ସେ ମୁମ୍ବାଇ ଆର୍ଟ ଫେୟାର ୨୦୧୯ ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବା ଅବସରରେ ବାଲାକୋଟକୁ ନେଇ ବେଶ୍ କିଛି କଥା କହିଛନ୍ତି । ସେ କହିଛନ୍ତି, ଏବେ ଉପଯୁକ୍ତ ସମୟ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ଭାରତୀୟ ବାୟୁ ସେନାର ବୀରତ୍ୱର କାହାଣୀ ସହ ସମସ୍ତଙ୍କୁ ପରିଚିତ କରାଇବା । ଏହି ଫିଲ୍ମର ଅଧିକାଂଶ ଭାଗ କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ଶୁଟିଂ କରାଯିବ ବୋଲି ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ