ବାଲିକୁଦାରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ
ବାଲିକୁଦା,(ଅନସୂୟା ରାଉତ): ବ୍ଲକ ଅଧୀନରେ ଥିବା ଅଳାଭର ପଞ୍ଚାୟତ ର ମା ଦକ୍ଷିଣେଶ୍ୱରୀ ଙ୍କ ସମ୍ମୁଖରେ ଥିବା ପଡିଆ ରେ ଫ୍ରେଣ୍ଡସ କ୍ଲବ ଦ୍ୱାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଟୁର୍ଣାମେଣ୍ଟ ଆଠଟି ଟିମ ଭାଗ ନେଇଥିଲେ ।ଷୋମପୁର ଏବଂ ରଣପୁର ଫାଇନାଲ୍ ଖେଳିଥିଲା ବେଳେ ଷୋମପୁର ଟସ ଜିତି ନିର୍ଦ୍ଧାରିତ ୧୦ ଓଭରରେ ୭୪/୫ କରି ଥିଲା ବେଳେ ରଣପୁର ସମସ୍ତ ଉକେଟ ହରାଇ ୪୩ ରନ କରିଥିଲା. ଷୋମପୁର ୩୦ ରନରେ ବିଜୟ ହୋଇଥିଲା | ଏହି ଟୁର୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳରେ ଯୁବ ବ୍ୟବଶାୟୀ ତଥା ଶତପଥୀ ଟ୍ରେଡରର୍ଶ ର ମାଲିକ ଶିଶିର କୁମାର ଶତପଥୀ ଫିତାକାଟି ଉଦଘାଟନ କରିଥିବା ବେଳେ ବିଭୁତି କୁମାର ସ୍ୱାଇଁ ବିଜୟୀ ଟିମ କୁ ପୁରସ୍କାର,ଟ୍ରଫି ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଖେଳ କୁ କିପରି ଭାବେ ତୁରାନ୍ୱିତ କରାଯିବ ସେଥିପାଇଁ ଆୟୋଜକ ଫ୍ରେଣ୍ଡସ କ୍ଲବ ର ମେମ୍ବର ଏବଂ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ । ସଂମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ରାଜକିଶୋର ସାହୁ ଏବଂ ସାଧୁଚରଣ ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାନ ଅଫ ଦୀ ମ୍ୟାଚ -ସଞ୍ଜିତ । ମ୍ୟାନ ଅଫ ଦୀ ଟୁର୍ଣାମେଣ୍ଟ- ସୂର୍ଯ୍ୟକାନ୍ତ ଭାସ୍ୟକାର ରୂପେ ତାପଶ ରାଉତ ସୁବ୍ରତ ଶତପଥୀ , ବିଜନ ଶତପଥୀ , ଅମ୍ପେୟାର ଭାବେ ସୂର୍ଯ୍ୟ ପ୍ରସାଦ ଷଡ଼ଙ୍ଗୀ ଶୁଭେନ୍ଦୁ ଶତପଥୀ ଏବଂ ରାଜେନ୍ଦ୍ର ଶତପଥୀ ସଭାକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସାଗର ଖୁଣ୍ଟିଆ ଆଶିଷ ପରିଡା, ଆଶିଷ ଷଢଙ୍ଗୀ, ରାଜେଶ ପରିଜା, ଶ୍ରୀରାମ ପରିଡା ରାଜେନ୍ଦ୍ର ଖୁଣ୍ଟିଆ ,ବିଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତି ରହି ସାହାଯ୍ୟ ସହଯୋଗ କରିଥିଲେ ।