ହାଟଡିହିରେ ମାନସିକ ରୋଗ ଚିକିତ୍ସା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ): ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜିଲ୍ଲା ସ୍ୱାସ୍ତ୍ୟ ସମିତି ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଶାଳଣିଆଁ ପକ୍ଷରୁ ହାଟଡିହି ଡାକ୍ତରଖାନା ପରିସରରେ ଏକ ମାନସିକ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବିପିଏମ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ମାଝୀ, ମାନସିକ ରୋଗ ସଂଯୋଜକ ବିକାଶ ରଞ୍ଜନ ମହାନ୍ତ, ରେକର୍ଡ କିପର ସରୋଜ କୁମାର ପଣ୍ଡା, ଫାର୍ମାସିଷ୍ଟ ସଂଗୀତା ଦାଶ ପ୍ରମୁଖ ଯୋଗଦେଇ ୫୮ଜଣ ମାନସିକ ରୋଗୀଙ୍କ ଚିକିତ୍ସା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଡିଏମ ପ୍ରଦୀପ ଦାଶ, ଏସଟିଏସ ଅଞ୍ଜନ ମହାନ୍ତ, ସୁପରଭାଇଜର ମଧୁସୁଦନ ସାମଲ, ତପୋଧନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ