ବାର୍ସିଲୋନା ପାଇଁ ମେସିଙ୍କ ୬୫୦ ଗୋଲ୍‌

ନୂଆଦିଲ୍ଲୀ : ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ ମେସି ରବିବାର ବାର୍ସିଲୋନା ପାଇଁ ନିଜର ୬୫୦ତମ ଗୋଲ୍‌ ସ୍କୋର୍‌ କରିଛନ୍ତି। ତାଙ୍କ ଗୋଲ୍‌ ବଳରେ ଲା’-ଲିଗାରେ ବାର୍ସିଲୋନା ୨-୧ ଗୋଲ୍‌ରେ ଆଥଲେଟିକ କ୍ଲବ୍‌କୁ ପରାସ୍ତ କରିଛି। ଏଥିସହ ବାର୍ସିଲୋନା ମଧ୍ୟ ଆଥଲେଟିକ୍‌ଠୁ ସ୍ପେନିସ୍‌ ସୁପର କପ୍‌ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚ୍‌ର ୨୦ତମ ମିନିଟ୍‌ରେ ମେସି (୨୦ ମିନିଟ୍‌)ଙ୍କ ଗୋଲ୍‌ ବଳରେ ବାର୍ସିଲୋନା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଅନ୍ୟପକ୍ଷରେ ମେସି ବାର୍ସିଲୋନା ପାଇଁ ୬୫୦ ଗୋଲ୍‌ର ମାଇଲଖୁଣ୍ଟ ମଧ୍ୟ ଛୁଇଁଥିଲେ। ତାଙ୍କ ଦଳ ମଧ୍ୟ ଏହି ଲିଗ୍‌ରେ ଲଗାତାର ୫ ମ୍ୟାଚ୍‌ ଜିତି ୪୦ ପଏଣ୍ଟ୍‌ ସହ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଥିଲା। ଆଟ୍‌ଲେଟିକ୍‌୍ ମାଦ୍ରିଦ ୫୦ ପଏଣ୍ଟ୍‌ ସହ ଶୀର୍ଷରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ