ବରିଷ୍ଠ ନାଗରିକ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ଆସିକା ସହରର ବାଣିବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଶୁକ୍ରବାର ଅପରାହ୍ନରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ସଭାପତି ଗଣେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ପ୍ରେସ୍କ୍ଳବର ସଭାପତି ସତ୍ୟନାରାୟଣ ରଥ, ବରିଷ୍ଠ ନାଗରିକ ସଂଘର ସଦସ୍ୟ ଉତ୍ତର ପରିଡା, ପିତବାସ ମହାପାତ୍ର, ବନମାଳୀ ସାମନ୍ତରା, ରମେଶ ଚନ୍ଦ୍ର ମହାରଣା, ରାମଶରଣ ମହାପାତ୍ର, କେ.ମନମୋହନ ସେନାପତି ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସମାଜ ତଥା ରାଷ୍ଟ୍ର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରି ବରିଷ୍ଠ ନାଗରିକମାନେ ସମାଜର ପଥପ୍ରଦର୍ଶକ ହୋଇଥିବା ବେଳେ ସେମାନେ ଯେପରି ବୃଦ୍ଧାବସ୍ଥାରେ ସମ୍ମାନର ସହ ଏବଂ ଖୁସିରେ ଜୀବନଯାପନ କରିପାରିବେ ତାହାରି ଉପରେ ଗୁରୁତ୍ୱାରୋପ କରିବା ସହ ବରିଷ୍ଠ ନାଗରିକମାନେ ଆମ ପରିବାର ଓ ସମାଜର ମୂଳଦୁଆ ହୋଇଥିବାରୁ ସେମାନଙ୍କ ସହ ସମୟ ବିତାଇବା ଏବଂ ସେମାନଙ୍କ ଅଭିଜ୍ଞ ମତାମତକୁ ସର୍ବାଧିକ ଗୁରୁତ୍ୱ ଦେବା ଓ ବୟସର ଅପରାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ଏକାକୀ ପଣକୁ ମୁକ୍ତି ଦେବା ସହ ସ୍ନେହ, ଆଦର, ଦୟା ପ୍ରଦର୍ଶନ କରି ନିରାପଦ ଜୀବନଯାପନର ସୁବିଧା ଯୋଗାଇଦେବା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ଆଜୀବନ ସୁସ୍ଥ, ସବଳ ଓ ନିରାମୟ ଜୀବନ କାମନା କରାଯିବା ସାଙ୍ଗକୁ ସେମାନେ ସମ୍ମାନର ସହ ସମାଜରେ ବଞ୍ଚିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଆସିକା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବନମାଳୀ ସାମନ୍ତରା, ବିଜୟ କୁମାର ଜେନା, ଉତ୍ତର କୁମାର ପରିଡା, ଭି.କ୍ରିଷ୍ଣାସ୍ୱାମୀ ରାଓ, ରାଧାମୋହନ ପାଢୀ, ଉଦୟନାଥ ପାଢୀ, ପିତବାସ ପାଢୀ, ଲକ୍ଷ୍ମଣ ବେହେରା, ଗୋପୀନାଥ ଦାଶ, ଶୁକଦେବ ରାଉତ, ପିତବାସ ମହାପାତ୍ର, ପିତବାସ ମୁନି, ଦେବରାଜ ମିଶ୍ର, ରମେଶ ଚନ୍ଦ୍ର ମହାରଣା, ଦୁର୍ଗାଚରଣ ମିଶ୍ର, କେ.ମନମୋହନ ସେନାପତି, ଲମ୍ବୋଦଶ ଦାଶ, ରାମଶରଣ ମହାପାତ୍ର, ସୁବାସ ଚନ୍ଦ୍ର ଭୂୟାଁ, ବି.ଦୀନବନ୍ଧୁ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


