ନବଜାତକ ଶିଶୁକନ୍ୟା ଉଦ୍ଧାର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଜି ଅପରାହ୍ନରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମର ରାସ୍ତାକଡରୁ ଏକ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ରାସ୍ତାରେ ଏକ ଶିଶୁକନ୍ୟା ପଡିଥିବା ସମ୍ପର୍କରେ ଖବର ପାଇ ଏହି ଟିମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲୁଥେରାନ ମହିଳା ସମିତି ସାର ଆୟା ଉଷାରାଣୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର କନକଲତା ବେହେରା ଓ ଚାଇଲଡ ଲାଇନର କର୍ମୀ ରାଜେଶ କୁମାର ବାରିକ ଏବଂ ସ୍ଥାନୀୟ ସରପଂଚ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଁଚି ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ମହାକାଳପଡା ଥାନା ପୋଲିସ ମଧ୍ୟ ସେଠାରେ ପହଁଚି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ