ଆଦିତ୍ୟ ଠାକରେଙ୍କୁ ସମର୍ଥନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ସେଠାରେ ନିର୍ବାଚନ ପ୍ରଚାର ଜୋରସାରରେ ଚାଲିଛି । ସବୁଦଳ ପୂରା ଦମ୍ ରେ ଲାଗିବା ସହ ରାଲି ଏବଂ ରୋଡ଼ ସୋ’ ଜରିଆରେ ଲାକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ଏଭଳି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି । ସେ ଆଦିତ୍ୟଙ୍କର ଶୁଭ ମନାସି ସୋସିଆଲ ମିଡିଆରେ ଏକ ଭିଡିଓ ସେଆର୍ କରିଛନ୍ତି । ସେଥିରେ ସଂଜୟ କହିଛନ୍ତି ” ଆଦିତ୍ୟ ଠାକରେ ମୋର ସାନଭାଇ ଭଳି । ବାଲାସାହେବ ଠାକରେଙ୍କ ପରିବାର ମୋତେ ବଡ଼ ସହଯୋଗ କରିଛନ୍ତି । ସେ ମୋର ବାପା ଭଳି, ମୁଁ ତାଙ୍କୁ କେବେ ଭୁଲିପାରିବି ନାହିଁ ମାର ବିଶ୍ୱାସ ଆଦିତ୍ୟ ଖୁବ୍ ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବେ ।’ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ଯେ ସଞ୍ଜୟ ଦତ୍ତ ଖୁବ୍ ଶୀଘ୍ର ରାଜନୀତିରେ ସକ୍ରିୟ ହୋଇପାରନ୍ତି ।