କୁଇକୁଳ ସମିତିର ବାର୍ଷିକ ଉତ୍ସବ ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ସ୍ଥିତ କୁଇକୁଳ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୁଇ ସମାଜ ସମନ୍ୱୟ ସମିତିର ମହାସଚିବ ତଥା ଆଇନଜୀବୀ ଲମ୍ବୋଦର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜନଜାତି ଉନ୍ନୟନ ପରିଷଦ ର ପୂର୍ବତନ ଅଧକ୍ଷ ରୋଦନ ମଳିକ, ସାଧାରଣ ସମ୍ପାଦକ ପ୍ରଦୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ପାରମ୍ପରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଚାଙ୍ଗୁ ବାଦ୍ୟ ସହ ଆଦିବାସୀ ନୃତ୍ୟର ତାଳେ ତାଳେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ପୁଷ୍ପମାଲ୍ୟାର୍ପଣ କରି ମୁଖ୍ୟ ଅତିଥି ଶ୍ରୀ କହଁରଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଇକୂଳର ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ବିଶେଷ କରି କନ୍ଧମାଳ ଜ଼ିଲ୍ଲାରେ ଲାଗିରହିଥିବା ଆଦିବାସୀଙ୍କ ଜମିଜମା ସମସ୍ୟା, ଜାଲ ଜାତିଗତ ପ୍ରମାଣ ପତ୍ର ହଡପ ସମ୍ଵନ୍ଧରେ ଆଲୋଚନା ହୋଇଥିଲା lଏ ନେଇ ସରକାର ଓ ଜ଼ିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଦିବାସୀ ନେତା ଲମ୍ବୋଦର କହଁର ନିଜ ବକ୍ତବ୍ୟରେ କହିଥିଲେ l ସେହିପରି କୁଇ ସମାଜ ର ସାମୁହିକ ବିକାଶ ଓ ସଂଗଠନ ପାଇଁ ତାଙ୍କର ଦୀର୍ଘ ୪୫ ବର୍ଷର ସଂଘର୍ଷ କାହାଣୀ ମଧ୍ୟ ବର୍ଣ୍ଣନା କରିଥିଲେ l ମଞ୍ଚ ତରଫରୁ କୁଆଡେ ହିନ୍ଦୁ ଆଦିବାସୀ ବିରୋଧୀ ଅପ ପ୍ରଚାରକୁ ତୀବ୍ର ବିରୋଧ କରାଯାଇଥିଲାl ଏନେଇ ଜନ ଜାତି ସୁରକ୍ଷା ମଞ୍ଚର ଆବାହକ ଦିନବନ୍ଧୁ ପ୍ରଧାନ କହିଛନ୍ତି ଯେ ଆମେ କୁଇ ସମାଜ ସଂଗଠନ କି ବାର୍ଷିକ ଉତ୍ସବ କୁ ମଧ୍ୟ ବିରୋଧ କରୁନାହୁଁ lକିଛି ଆଦିବାସୀ ନେତା ହିନ୍ଦୁ ଧର୍ମ ଉପରେ ବିଭ୍ରାନ୍ତକର ମନ୍ତବ୍ୟ ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି ଓ ହିନ୍ଦୁ ଦେବା ଦେବୀଙ୍କୁ କଟାକ୍ଷ କରିଛନ୍ତି ଏବଂ ଆଦିବାସୀ ହିନ୍ଦୁ ନୁହନ୍ତି ବୋଲି କହୁଛନ୍ତି ଯାହା ହିନ୍ଦୁ ଧର୍ମୀୟ ଭାବନା ପ୍ରତି କୁଠାର ଘାତ କରୁଛି ତାହା ଠିକ ନୁହେଁ l ଏଣୁ ଏହାର ବିରୋଧ କରୁଥିବା କହୁଛନ୍ତି l ତେବେ ଏହାର ପ୍ରତିକ୍ରିୟାରେ ଲମ୍ବୋଦର କହଁର କହିଛନ୍ତି ଯେ କିଛି ଅଣ ଆଦିବାସୀ ଲୋକ ଆଦିବାସୀ ଏକତାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ରୀତିମତ ଷଡଯନ୍ତ୍ର କରୁଛନ୍ତି l ଏଣୁ ସମସ୍ତ ଆଦିବାସୀ ଭାଇଭଉଣୀ ଙ୍କୁ ବୁଝାଇ ଭାଇଚାରା ଓ ଏକତା ର ସୂତ୍ର ରେ ବାନ୍ଧି ରଖିବା ପାଇଁ ପ୍ରୟାସ କରାଯିବ ବୋଲି ବରିଷ୍ଠ କୁଇନେତା ଲମ୍ବୋଦର କହଁର କହିଛନ୍ତି l ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କୀଡୋ ଓ ଘୁ ଉଦୟଗିରି ଏସଡିପି ଓ ଡି.ଟି.ଆର. ପଟ୍ଟନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ l ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ