ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିର ରେଭିନ୍ୟୁ ବଙ୍ଗଳା ନିକଟରେ ଥିବା ଶନିଶ୍ଚର ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ବାର୍ଷିକ ଉତ୍ସବ ମନ୍ଦିର ପରିଚାଳନା କମିଟି ସଭାପତି ହରିହର ନାୟକ ଏବଂ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମରେ ଦିନତମାମ ପୂଜା ଅର୍ଚନା ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଟିକାବାଲି ଅଞ୍ଚଳରେ ଥିବା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଏହି ମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ, ଏହି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପାଳ ପଣ୍ଡା, ଅଜିତ ପ୍ରଧାନ, ପଞ୍ଚାନନ ପାଣିଗ୍ରାହୀ, ରବି ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ I


