ଭାରତ ବନ୍ଦକୁ ଉଠାଦୋକାନୀ ଓ ଭେଣ୍ଡିଂଜୋନର ସମର୍ଥନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ବ୍ୟବସ୍ଥା ଓ ଜିଏସ୍‌ଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆସନ୍ତା ୨୬ ଭାରତ ବନ୍ଦ ଡ଼ାକରାକୁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ସମର୍ଥନ କରିବା ସହ ଓଡ଼ିଶାର ପାଖାପାଖି ୨ ଲକ୍ଷ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଏହି ଆନ୍ଦୋଳନକୁ ସମର୍ଥନ କରି ଦୋକାନ ବଜାର ରଖାଯିବ ବୋଲି ମହାସଂଘର ରାଜ୍ୟ ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । କେନ୍ଦ୍ର ସରକାର ଜିଏସ୍‌ଟିକୁ ମନୋମୁଖୀ ଭାବରେ ବଢାଇବା, ଲୋକଙ୍କ ନିକଟରୁ ଜୋର ଜବରଦସ୍ତ ଜିଏସ୍‌ଟି ଆଦାୟ କରିବା, ୯୦ରୁ ଅଧିକ ଥର ଜିଏସ୍‌ଟି ସଂଶୋଧନ କରାଯାଇଥିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସଂଶୋଧନ ନକରି ଗ୍ରାହକ ଓ ଦୋକାନୀମାନଙ୍କ ଉପରେ ଜିଏସ୍‌ଟି ଆଦାୟ କରିବା ଏକ ଜିଜିୟାକର ସଶୃସ । ୨୬ ତାରିଖ ଭାରତ ବନ୍ଦ ଆନ୍ଦୋଳନରେ ବିଭିନ୍ନ ପ୍ରକାର କ୍ଷୁଦ୍ର ବ୍ୟବସାୟୀ ୟୁନିୟନ, ଜାତୀୟସ୍ତରୀୟ କ୍ଷୁଦ୍ର ବ୍ୟବସାୟୀ ଉଠାଦୋକାନୀ ସଂଗଠନ ଏହାକୁ ସମର୍ଥନ କରିଛନ୍ତି । ୨୬ ତାରିଖ ଭାରତ ବନ୍ଦରେ ଅତ୍ୟାବଶ୍ୟକ ସାମଗ୍ରୀ ମେଡ଼ିକାଲ ସୁବିଧା, ଅମ୍ବୁଲାନ୍ସ ସେବା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲା ରହିବ ବୋଲି ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ