ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନ ତରଫରୁ ଶୋକସଭା
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋୟୀ):ଗତ ଫେବୃୟାରୀ ୨୪ ତାରିଖରେ ୮୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମେଶ୍ୱର ଗୌଡ଼ ଏବଂ ଏବଂ ୧୯ ତାରିଖରେ ମୃତ୍ୟୁ ବରଣ କରିଥିବା ସୁସାହିତ୍ୟିକ ସ୍ଵର୍ଗତ ଚୈତନ୍ୟ ସାହୁଙ୍କ ସ୍ମୃତିରେ ଆଜି ଗୋବରା ସ୍ଥିତ ବିଶ୍ୱ ଭାରତୀ ଅନୁଷ୍ଠାନରେ ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନ ତରଫରୁ ଏକ ଶୋକ ସଭା ପାଳିତ ହୋଇଯାଇଛି ଓ ଅନୁଷ୍ଠାନ ଅଧ୍ୟକ୍ଷ ଅଭିମନ୍ୟୁ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରୀକ ମଞ୍ଚ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା,ସମ୍ପାଦକ ରତ୍ନ ସାଗର ମଳିକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ,ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, ଶିଶିର କାନ୍ତ ନାୟକ,ପିତାମ୍ବର ପରିଡ଼ା, ଶରତ୍ ଚନ୍ଦ୍ର ରଥ,ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଶିକ୍ଷକ ଦୈତାରୀ ମହାରଣା,କିଶୋର ଚନ୍ଦ୍ର ପଣ୍ଡା , ହୃଷିକେଶ ଲେଙ୍କା, ବିଭୁପାଦ ଜେନା, ଶିଶିର କୁମାର ସ୍ୱାଇଁ,ନାଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଗୌଡ଼ ଏବଂ ସ୍ଵର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉଭୟ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରିଥିଲେ ଓ ବରିଷ୍ଠ ନାଗରିକ ମଞ୍ଚ ଅଧ୍ୟକ୍ଷ ଶ୍ରୀ ଖଣ୍ଡୁଆଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ସ୍ଵର୍ଗତ ଗୌଡ଼ ଏବଂ ସାହୁଙ୍କ ନିମିତ୍ତ ଗଭୀର ଶୋକ ପ୍ରକାଶ କରିବା ସହିତ ଉଭୟଙ୍କ ବିୟୋଗ ଅଞ୍ଚଳର ଶିକ୍ଷା ଏବଂ ସାହିତ୍ୟ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ ଓ ଉପସ୍ଥିତ ସଦସ୍ୟ ମାନେ ଉଭୟ ଅମର ଆତ୍ମାଙ୍କ ବିଭିନ୍ନ ଜନ ହିତକର ସମାଜ ସଂସ୍କାରମୂଳକ କାର୍ୟ୍ୟ, ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ


