ମୁନି ସମାଜ ପକ୍ଷରୁ ଶିବମୁନୀଙ୍କ ୧୩୬ତମ ଜନ୍ମୋତ୍ସବ ପାଳନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଅଖିଳ ଭୂମଣ୍ଡଳୀୟ ସର୍ବ ଶୀରୋମଣି ମୁନି ସମାଜ ଶିବମୁନି ଯୋଗାଶ୍ରମ ଶାସଙ୍ଗ ଶାଖା ପକ୍ଷରୁ ଗୁରୁଦେବ ଶିବମୁନୀଙ୍କ ୧୩୬ତମ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗୀ ବସନ୍ତ ମୁନି, ଯୋଗୀ ଅନାଦି ମୁନି, ଯୋଗୀ ଲୋକନାଥ ମୁନି, ଯୋଗୀ ଅର୍ଜୁନ ମୁନି, ଯୋଗୀ ମାନସ ମୁନି, ମହେଶ୍ୱର ମୁନି, ଅର୍ଜୁନ ମୁନି, ମୁନିମତି ଆଶା ଦେବୀ, ଇତିନା ଦେବୀ, ନରେନ୍ଦ୍ର ମୁନି ପ୍ରମୁଖ ଯୋଗଦେଇ ଆତ୍ମଜ୍ଞାନ ପ୍ରବଚନ ଦେଇଥିଲେ । ଏଥିରେ ଶତାଧିକ ଭକ୍ତ ଯୋଗଦେଇ ଥିଲେ ।