ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ :ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାମ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌) :ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତାମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେଧୀରେ ଧୀରେ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଆଗକୁ ଆଗକୁ ବଢ଼ୁଛେ । ଦଳ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କାରଣରୁ ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେପି ଅଭୁତପୂର୍ବ ସଫଳତା ପ୍ରଦର୍ଶନ କରୁଛି । ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ବିଜେପିର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତା ଓ ଦାୟିତ୍ୱ ୨୦୧୯ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଛି । ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟକର୍ତା ମାନେ ତୃଣମୂଳ ସ୍ତରରେ ପରିଶ୍ରମ କରି ଦଳକୁ ଆହୁରି ମଜବୁତ୍ କରିବା ଦରକାର । ଓଡ଼ିଶାରେ ବିଜେପି ପାଇଁ ରାଜ୍ୟରେ ଚାଲୁଥିବା ସରକାରଙ୍କ ଦୋଷ ଦୁର୍ବଳତା ପାଇଁ କେବଳ ନକରାତ୍ମକ ଭୋଟ୍ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସକରାତ୍ମକ ଭୋଟର ଏକ ବିରାଟ ବଡ଼ ଯୋଗଦାନ ରହିବ । ଆଗାମୀ ଦିନରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଇବା ପାଇଁ ପଡ଼ିବ । ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ନୂଆ ଓ ଆତ୍ମନିର୍ଭର ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୂର୍ବାପେକ୍ଷା ଆମକୁ ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିବ ।
ଆମର ଉଦ୍ୟମ ଓ ଜନଆନ୍ଦୋଳନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ମୋଦି ସରକାରଙ୍କର ପୂର୍ବ ଭାରତର ବିକାଶ ଓ ଗରିବ କଲ୍ୟାଣ ଯୋଜନା ତଥା ସବକା ସାଥ୍ -ସବକା ବିକାଶ- ସବକା ବିଶ୍ୱାସର ନାରାରେ ଦଳ ବିଜୟୀ ହୋଇପାରିବ ବୋଲି ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ