୨୭ ରେ ଗଞ୍ଜାମ ଓକିଲ ସଂଘ ନିର୍ବାଚନ

ବ୍ରହ୍ମପୁର,(ଅନିଲ କୁମାର): ଆସନ୍ତା ୨୭ ତାରିଖରେ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ ଟା ରୁ ୩ ଟା ପର୍ୟ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବା ପରେ ୪ ଟା ରୁ ଗଣତି ଆରମ୍ଭ ହୋଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ପ୍ରସାଦ ରାଓ ସୂଚନା ଦେଇଛନ୍ତି । ଏହି ନିର୍ବାଚନ ପାଇଁ ଶନିବାର ଠାରୁ ୩ ଦିନ ବ୍ୟାପୀ ପ୍ରାର୍ଥୀପତ୍ର ଦାଖଲ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ସଭାପତି ପଦବୀ ପାଇଁ ଶିଶିର କୁମାର ପାଢ଼ୀ, ଉପସଭାପତି ପଦବୀ ପାଇଁ ଦିଲ୍ଲୀପ କୁମାର ପାତ୍ର, ସମ୍ପାଦକ ପଦବୀ ପାଇଁ ପ୍ରଦୀପ କୁମାର ବେହେରା ଓ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସୁଧୀର କୁମାର ପାତ୍ର ପ୍ରମୁଖ ନିଜ ନିଜର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିବସରେ ଯୁଗ୍ମ ସମ୍ପାଦକ ଭାବେ ହେମନ୍ତ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୋମବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ