ଦିଶା ଓଡିଶା ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ରାଜ୍ୟ ସ୍ତରୀୟ ସାମାଜିକ ସଂଗଠନ ଦିଶା ଓଡିଶା ଆନୁକୂଲ୍ୟରେ ଉତ୍କଳ ସାମ୍ବାଦିକ ସଙ୍ଘ ଠାରେ ପାଳିତ ହୋଇଯାଇଛି , ଦିଶାର ନିର୍ଦେଶକ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ପୂର୍ବତ୍ତନ ସାଂସଦ ବାବା ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ | ସମ୍ମାନିତ ଅତିଥିଭାବେ ଓଡିଶୀ ନୃତ୍ୟଗୁରୁ ଶରତ ଚନ୍ଦ୍ର ଦାସ , ବିଶିଷ୍ଟ ସମାଜସେବୀ ସସ୍ମିତା ଦାସ , ଲିପିକା ରାୟ , ଦିଶାର ଅଧ୍ୟକ୍ଷା ଡ଼ଃ ବନ୍ଦନା ହରିଚନ୍ଦନ ଯୋଗ ଦେଇଥିଲେ | ବିବରଣୀ ପାଠ କରିଥିଲେ ଇଂ ସୌମ୍ୟରଂଜନ ରାଉତରାୟ , ମହିଳା ମାନଙ୍କ ସଶକ୍ତିକରଣ ଦିଗରେ ପାରିଦର୍ଶିତା ହାସଲ କରିଥିବା ଶ୍ରେଷ୍ଠ ଦଶ ଜଣଙ୍କୁ ଏମପାୱାରମେଣ୍ଟ ଅଫ ଓମେନ୍ସ ସମ୍ମାନରେ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା , ତନ୍ମଧ୍ୟରେ ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ , ସମାଜସେବୀ ମୀରା ପରିଡା , ଅଭିନେତ୍ରୀ ମମତା ମହାନ୍ତି , ରାଣୀ ପଣ୍ଡା , ସାମ୍ବାଦିକା ଲିପି ନାୟକ , ଐଶ୍ୱରୀୟା ପରିଜା , ଡ୍ରେସ ଡିଯାଇନର ସାନୁ ବଳିଆରସିଂହ , ସେବୀକା ଶ୍ରଦ୍ଧାଞ୍ଜଳି ପଣ୍ଡା , ସମାଜସେବୀ ୟାସମୀନ ଖାନ ଓ ଦିବ୍ୟାଙ୍ଗ ଗୃହ ଉଦ୍ୟୋଗୀ ଆମ୍ବରିକା ତେଜସ୍ବନି ନାୟକ ପ୍ରମୁଖ | ଧନ୍ୟବାଦ ଅର୍ପଣ କରିଥିଲେ ରକ୍ତଦାତା ତନ୍ମୟ ସାମନ୍ତରାୟ , ରୋହିତ କୁମାର ନାୟକ , ଚିତ୍ତରଂଜନ ଦାସ , ଲିଟୁ ଓଝା , ସୁବାସୀଷ ଚକ୍ରବର୍ତ୍ତୀ , ନିହାର ରଞ୍ଜନ ଦାଶ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ