ବନ ବିଭାଗର ଚଢଉ ଲକ୍ଷାଧିକ ଟଙ୍କାର କାଠ ଜବତ ୩ ଅଟକ
ଯୋଡ଼ା, (ସମୀର କୁମାର ଦାସ) : ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ବାଂଶପାଣିଠାରେ ରବିବାର ରାତି ବନ ବିଭାଗର ମୋବାଇଲ ସ୍କ୍ୱାଡର ମିଳିତ ଚଢାଉ ଫଳରେ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ ହେବାସହ ବନ ବିଭାଗ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ କେନ୍ଦୁଝର ଡିଏଫ୍ଓ ଙ୍କ ନିର୍ଦେଶକ୍ରମେ ଏକ ପିକ୍ଅପ୍ ଭ୍ୟାନ୍ ନଂ-ଜେ.ଏଚ୍ ୦୫ ସିଆର୍ ୭୦୧୭ କୁ ବାଂଶପାଣି ନିକଟରେ ଅଟକ ରଖି ଯାନ୍ଚ କରାଯାଇଥିଲା । ଉକ୍ତ ଗାଡିରେ ୧୦୬ ଖଣ୍ଡ ଶାଳପଟା ରହିଥିଲା । ବନ ବିଭାଗ ଏଥିରେ ସମ୍ପୃକ୍ତ ୨ ଜଣ ଯୁବକ ଏମ୍ଡି ବାଦ୍ଶାହା ଓ ସାୱନ କୁମାର ବାକି ସହିତ ସାମସୁଲ ହକ୍ କୁ ଅଟକ ରଖିବା ସହିତ ଶାଳ ପଟା ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଥିଲା । ଜବତ ପଟା ଓ ପିକ୍ଅପ୍ ଭ୍ୟାନ୍ କୁ ଯୋଡା ସେକ୍ସନରେ ରଖାଯାଇଥିବା ବେଳେ ଅଟକ ୩ ଜଣଙ୍କୁ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ଏହି ଚଢାଉରେ ଚମ୍ପୁଆ ରେଞ୍ଜର ସଞ୍ଜିବ କୁମାର ରାଉତ, ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ବାମେବାରୀ ଫରେଷ୍ଟର ଜ୍ୟେତିନ୍ଦ୍ର କୁମାର ସାହୁ, ଚମ୍ପୁଆ ଫରେଷ୍ଟର ପ୍ରମୋଦ ବେହେରା, ଫରେଷ୍ଟ ଗାର୍ଡ ପୁତୁଲୁ ନାଏକ, ପ୍ରଦିପ ବେହେରା, ପାରାଷ୍ଟାର ସହିତ ମୋବାଇଲ ସ୍କ୍ୱାଡ ସାମିଲ ଥିଲେ ।