ଟାର୍ଗେଟ ଓ ଟୋକେନ ମଧ୍ୟରେ ଫଶିଛନ୍ତି ଚାଷି: ଧାନ ବିକ୍ରୀ ପାଇଁ ବିଡ଼ିଓଙ୍କୁ ଦାବି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଚଳିତ ଖରିଫ ଧାନ ବିକ୍ରୀରେ ବହୁ ଚାଷି ଅଭାବୀ ବିକ୍ରୀର ଶିକାର ହୋଇଛନ୍ତି । ମିଲର୍ସ, ସମବାୟ ସମିତି, ଯୋଗାଣ ବିଭାଗର କାରସାଦିରେ ବହୁ ପ୍ରକୃତ ଚାଷି ଧାନ ବିକ୍ରୀ କରି ପାରି ନଥିବା ବେଳେ ବହୁ ଅଣଚାଷିଙ୍କୁ ଚାଷି ଲିଷ୍ଟରେ ଦର୍ଶାଇ ସେମାନଙ୍କ ଧାନ ପ୍ରଥମେ କିଣା ଯାଇଥିବା ବହୁ ପଂଚାୟତରୁ ଅଭିଯୋଗ ଉଠିଛି । ସୋମବାର ବଡ଼ଖଣ୍ଡି ପଂଚାୟତର ବହୁ ଚାଷି ଏହି ଅଭିଯୋଗ ନେଇ ବ୍ଳକ ଅଫିଓକୁ ଆସି ବିଡ଼ିଓଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ଦେଇଛନ୍ତି । ପଂଚାୟତର ବହୁ ଚାଷିଙ୍କ ଧାନ ଖଳାରେ ୍‌ଥିବା ବେଳେ ଟାର୍ଗେଟ ଅଭାବରୁ ମଣ୍ଡ’ିରେ ଧାନ କ୍ରୟ ବନ୍ଦ ହୋଇଛି । ପ୍ରକାଶ ଥାଉ କି, ହିଂଜିଳିକାଟୁ ବ୍ଳକର ୧୯ ସମବାୟ ସମିତି, ଗୋଟିଏ ଲେଖାଏର୍ ପାଣି ପଂଚାୟତ ଓ ଏସଏଚଜି ଚଳିତ ବର୍ଷ ଧାନ କିଣାରେ ନିୟୋଜିତ ଅଛନ୍ତି । ପ୍ରଥମେ ବ୍ଳକ ପାଇଁ ୨.୧୮ଲକ୍ଷ ଟନ ଧାନ କିଣା ପାଇଁ ଟାର୍ଗେଟ ହୋଇଥିଲା । ଫେବୃଆର ମାସ ପ୍ରାରମ୍ବରେ ଏହି ଟାର୍ଗେଟ ପୂରଣ ହୋଇଯିବା କାଗଜପତ୍ରରେ ଧର୍ଶା ଯାଇଥିଲା । ତେବେ ଏତିପାଇଁ ବିଭିନ୍ନ ପଂଚାୟତରେ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରୁ ଅଧିକ ଟାର୍ଗେଟ ପାଇଁ ସରକାରଙ୍କୁ କୁହାଯାଇଛି । ଏ ପର୍ଯ୍ୟନ୍ତ ୨.୫୨ ଲକ୍ଷ ଟନ ଧାନ ବ୍ଳକରେ ସଂଗ୍ରହ ହୋଇଥିିବା କାଗଜ ପତ୍ରରେ ଦର୍ଶାଯାଇଛି । କିନ୍ତୁ ବିଭିନ୍ନ ପଂଚାୟତରେ ଆହୁରି ଅନେକ ଚାଷିଙ୍କ ଧାନ ବିକ୍ରୀ ହୋଇ ପାରିନଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ବ୍ଳକର ସାହାପୁରର ଚାଷି ଜିଲାପାଳ ଅଫିସ ଯାଇ ବିକ୍ଷୋଭ କରିଥିଲେ । ସେହିପରି ନିମିଗାଁ ସମବାୟ ସମିତିରେ ବାଦିଆମ୍ବଗାାଁର ବହୁ ଚାଷି ଧାନ ବିକ୍ରୀ କରି ପାରି ନଥିବା ଅଭିଯୋଗ କରିଛନ୍ତି । ଏଥିନେଇ ହିଂଜିଳିକାଟୁ ବ୍ଳକ ପାଇଁ ଅତିରିକ୍ତ ଅଧିକ ୪୦ହଜାର ଟନ ଧାନ କ୍ରୟ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଯୋଗାଣ ଅଧିକାରୀ ପୁରଂଜୟ ସାହୁ କହିଛନ୍ତି । ଚାଷିଙ୍କ ପାଖରେ ଏବେ ସୁଦ୍ଧା ୨ହଜାରରୁ ଅଧିକ ଟୋକେନ ରହିଛି । ସରକାର ଅତିରିକ୍ତ ଧାନ କ୍ରୟ କରିବେ କି ନାହିଁ ସେଥି ନେଇ ଷ୍ପଷ୍ଟ ଚିତ୍ର ମିଳୁନାହିଁ । ଜିଲାରେ ଦେଖା ଦେଇଥିବା ଚାଷିଙ୍କ ଅଭାବୀ ଧାନ ବିକ୍ରୀ, ଟୋକେନ ଓ ଟାର୍ଗେଟରେ ଅସମାନତା ନେଇ ଜିଲ୍ଲପାଳ ଉଦବେଗ ପ୍ରକାଶ କରିଥିଲେ । ହିଂଜିଳିକାଟୁ ବ୍ଳକରେ ଚାଷି ଓ ବେନାମୀ ଚାଷି ତାଲିକା ଓ ଧାନ କ୍ରୟ ସମ୍ପର୍କରେ ତଦନ୍ତ କଲେ ବହୁ ଜାଲିଆତିର ଗୁମର ଫିଟିବ ବୋଲି କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହି ଦାବି କରିଛନ୍ତି । ସୋମବାର ବଡ଼ଖଣ୍ଡି ଗ୍ରାମର କାପଲ ଡ଼ମ୍ବରୁ, ଭାଣ୍ଡି ଜାନକୀ ଆମା, ପେଦିନି ଘନଶ୍ୟାମ, ବି ରାଜେଶ୍ୱରୀ, କାପଲ ସୀମାଦ୍ରୀ , ପେଦିିନି ପରୁଷୋତମ , ପନାଡ଼ ପୁରୁଷୋତମ, ଇପିଲି ତୁଳସି, କେ ରାଧାଆମ୍ମା, ପ୍ରମୁଖ ବହୁ ଚାଷି ବ୍ଳକ ଅଫିସରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଭେଟି ସେମାନଙ୍କ ଧାନ ଖଳାରେ ପଡ଼ିଥିବା ଓ ଧାନ ମଣ୍ଡିରେ ବିକ୍ରୀ ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ