ବନ୍ଦ ହେଲା ଓଡ଼ିଶାର ବିଜୁ ଯୁବବାହିନୀ, ବିରୋଧୀ କହିଲେ ଏହା ଥିଲା ନିର୍ବାଚନ ଚାଲ୍

ଭୁବନେଶ୍ୱର(ୱାଇଏନ୍‌ଏସ୍‌)): ପୂର୍ବ ନିର୍ବାଚନ ପୂର୍ବରୁ ରାଜ୍ୟରେ ଗଢ଼ି ଉଠିଥିବା ବିଜୁ ଯୁବବାହିନୀକୁ ରାଜ୍ୟ ସରକାର ରାଜ୍ୟରେ ଅର୍ଥ ଅଭାବ ଯୋଗୁଁ ସେମାନଙ୍କ ପାଇଁ ବଜେଟ୍‌ରେ କୌଣସି ଅର୍ଥ ବ୍ୟବସ୍ଥା ଉପସ୍ଥାପନା କରିନାହାଁନ୍ତି । ଗତ ନିର୍ବାଚନ ଜିତିବାରେ ବିଜୁ ଯୁବବାହିନୀ ନିଜର ସବୁ ଦମ୍ ଲଗାଥିଲା, ହେଲେ ନିର୍ବାଚନ ଶେଷ ଓ ଜିତିବା ପରେ ପରେ ସେମାନଙ୍କ ପ୍ରଚାର ପ୍ରସାର ମଧ୍ୟ ଲୋପ ହୋଇଯାଇଥିଲା । ପୁଣି ଏବେ ବଜେଟ୍‌ରେ ତାଙ୍କ ପାଇଁ କୌଣସି ଅର୍ଥର ବ୍ୟବସ୍ଥା ନକରି ଏକ ରକମର ବନ୍ଦ କରିଦଆଯାଇଛି, ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବବାହିନୀ ନାଆଁରେ ଏକ ସଂଗଠନ ଖୋଲିଥିଲେ।ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା। ରାଜ୍ୟ ରାଜକୋଷରୁ ବିଜୁ ଯୁବବାହିନୀ ନାଁରେ ଟଙ୍କା ଲୁଟ୍ କରାଯାଇଛି। ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ କୌଣସି ଉନ୍ନୟନମୂଳକ କାମ ହୋଇପାରିଥାନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା।ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ନିର୍ବାଚନ ନାହିଁ। ତେଣୁ ସରକାରଙ୍କୁ ବିଜୁ ଯୁବ ବାହିନୀର ଆଉ ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ତିନି ବର୍ଷ ପରେ ପୁଣି ନିର୍ବାଚନ ଆସିବ, ସେତେବେଳେ ରାଜ୍ୟ ସରକାରଙ୍କର ଆଉ କିଛି ବାହିନୀଙ୍କ କଥା ମନେ ପଡ଼ିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ