ଛତ୍ରପୁର ବ୍ଲକରେ ବୁଲିଲା କୃଷି ସଚେତନତା ରଥ

ଛତ୍ରପୁର (ଦେବଦତ୍ତ ମହାରଣା): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷକ ମାନଙ୍କ ହିତ ନିମନ୍ତେ ଓ କୃଷି ବିଭାଗର ବିଭିନ୍ନ ଯୋଜନା ମାନ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ କୃଷି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଏହାକୁ ଆଜି ଛତ୍ରପୁର ଠାରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ଓ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ରଥ ବୁଲିବା ଦ୍ୱାରା ଛତ୍ରପୁର ବ୍ଲକର କୃଷକ ମାନେ କୃଷି ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ହେବା ସହ ଚାଷ ପ୍ରଣାଳୀ ବିଷୟରେ କୃଷକ ମାନେ ଅବଗତ ହୋଇପାରିବେ । ଏହା ଦ୍ୱାରା ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ବୋଲି ଉଭୟ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ରଥ ୬ ଦିନ ଧରି ଛତ୍ରପୁର ବ୍ଲକର ୧୮ ଟି ପଂଚାୟତ ପରିକ୍ରମା କରି କୃଷକ ମାନଙ୍କୁ ସଚେତନ କରାଇବ । ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ (ଛତ୍ରପୁର) ଓ ଭୁବନେଶ୍ୱର ସ୍ଥିତ ପପେଟ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କଳାକାର ମାନେ ନାଚ ଗୀତ ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଇବ ବୋଲି ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ୍ ମାଝି କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଓ ସୌଦାମିନୀ ପଣ୍ଡା, କୃଷି ଓଭରସିୟର ସୁଦର୍ଶନ ସେଠୀ ଓ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ମିଥୁନ୍ ସେଠୀ, ଏମ୍ ବିମଳା, ମୌସୁମୀ ବେହେରା, ସୁବାସିନୀ ପଟ୍ଟନାୟକ, ସୁନିତା ସେଠୀ ଓ ନିହାରିକା ପଣ୍ଡା, ଏଟିଏମ୍ ସୋନାଲି ପ୍ରିୟଦର୍ଶିନୀ ମହାନ୍ତି ଓ ସମଦତ୍ତ ପଟ୍ଟନାୟକ ଙ୍କ ସମେତ ବହୁ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ