ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ୪ର୍ଥ ଲିଗ୍ ମ୍ୟାଚରେ ଆସିକା ପାୱାର କ୍ରିକେଟ କ୍ଳବ ୨୧ରନ୍‌ରେବିଜୟୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ୪ର୍ଥ ଲାଗ୍ ମ୍ୟାଚ ରୟାଲ କ୍ରିକଟେ କ୍ଳକ, ହିଞ୍ଜିଳିକାଟୁ ଓ ପାୱାର କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ହିଞ୍ଜିଳିକାଟୁ ଦଳ ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତି ନେବା ସହ ଆସିକା ଦଳକୁ ବ୍ୟାଟିଂ କରିବା ପାଇଁ ନିମନ୍ତ୍ରିତ କରିଥିଲେ । ଆସିକା ଦଳ ନିର୍ଦ୍ଦାରିତ ୨୦ ଓଭରରେ ୬ଗୋଟି ୱିକେଟ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲେ । ଜବାବରେ ହିଞ୍ଜିଳିକାଟୁ ଦଳ ୨୦ ଓଭରରେ ୫ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ପାୱାର କ୍ରିକେଟ କ୍ଳବ, ଆସିକା ୨୧ ରନ୍‌ରେ ବିଜୟ ଲାଭ କରିଥିଲା । ଆସିକା ଦଳ ପକ୍ଷରୁ ଅରୁପା ଜେନା ୩୩ବଲରୁ ଧୁଆଁଧାର ୬୬ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ହିଞ୍ଜିଳିକାଟୁ ପୌର ପରିଷଦର ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇ ଅରୁପାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ପ୍ରଶାନ୍ତ ପ୍ରଧାନ ଓ ମାନସ ସ୍ୱାଇଁ ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ଆଦିତ୍ୟ ସାହୁ । ଅମୁଲ୍ୟ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ସଚିନ ସେଠି, ନିଳାମ୍ବର ସାହୁ, ପ୍ରଭାତ, ତପନ, ଟିକୁ. ଉମା ମ୍ୟାଚ ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମ୍‌ର ସଦସ୍ୟ ସହଯୋଗ କରିଥିଲେ । ଶୁକ୍ରବାର ୫ମ ଲିଗ ମ୍ୟାଚ ୟଙ୍ଗ କ୍ରିକେଟ କ୍ଳବ, ଧରାକୋଟ ସହ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ