ବଣବୁଲା ଗ୍ରାମରେ ଚାଲିଥିବା କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ ଉଦଯାପିତ

ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ବଣବୁଲାପଲ୍ଲୀ ଗ୍ରାମ ଠାରେ ଯୁବକ ସଂଘ ପକ୍ଷରୁ ଚାଲିଥିବା ବାବା ନୀଳକଣ୍ଠେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଉଦଯାପିତ ହୋଇଯାଇଛି । ଆଜି ର ଫାଇନାଲ ମ୍ୟାଚ୍ ରେ ରେଗିଡି ଦଳ ସହ ଲାଞ୍ଜିପଲ୍ଲୀ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ରେଗିଡିି ଦଳ ବିଜୟୀ ହାସଲ କରି ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚ୍ ରେ ସୁଧାଂଶୁ ରାଉଳ ଓ ଜି.କାନକା ଅମ୍ପାୟାର ଭାବେ ତାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଭାବେ ଏସ.ଲିଙ୍ଗରାଜ ରେଡ୍ଡୀ ଓ ଭାଷ୍ୟକାର ଭାବେ କାଳିଆ ଦାସ ଦାୟିତ୍ୱ ସୁଚାରୁ ରୁପେ ତୁଲାଇଛନ୍ତି । ଟୁର୍ଣ୍ଣାମେଣ୍ଟର ବିଜୟୀ ତଥା ୱିନର ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର୍ସ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମ୍ୟାନ ଅଫ୍ ଦି ମ୍ୟାଚ ୍ ଭାବେ ରେଗିଡି ଦଳର ରକି ଓ ମ୍ୟାନ ଅଫ୍ ଦି ସିରିଜ୍ ଭାବେ ଅମୂଲ୍ୟଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଛି । ଉଦଯାପିତ ସମାରୋହରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଅଶୋକ କୁମାର ମହାନ୍ତି, ଗଞ୍ଜାମ ଏମଭିଆଇ ଶିବ ଶଙ୍କର ଚୈାଧୂରୀ , ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ , ଏନ. କାମରାଜୁ ରେଡ୍ଡୀ ଓ ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ୱିନର ଓ ରନର୍ସ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆର. ସନ୍ତୋଷ ରେଡ୍ଡୀ, ସିଏଚ୍‌. ମନୋଜ କୁମାର ରେଡ୍ଡୀ, ଆର.ଲିଟୁ, ଏସ.ବୁଲୁ, ଆର.ଗଣେଷ ,ଆର. ଚିଣ୍ଟୁ ଓ ଜିତୁ ରାଉଳଙ୍କ ବାବା ନୀଳକଣ୍ଠେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମେତ ସମସ୍ତ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ