ବିଶ୍ୱ ପଖାଳ ଦିବସ ପାଳିତ
ନିମାପଡା, (ସନ୍ତୋଷ ଦାଶ):ଓଡ଼ିଆ ଜାତିର ପ୍ରିୟ ଖାଦ୍ୟ ହେଉଛି ପଖାଳ। ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳ ଓଡ଼ିଆ ମାନଙ୍କର ଗର୍ବ। ମାର୍ଚ୍ଚ ୨0 ତାରିଖରେ ପାଳିତ ହେଉଛି ବିଶ୍ୱ ପଖାଳ ଦିବସ। ଏହି ଦିବସ ଅବସରରେ ରେଡ଼ିଓ ନମସ୍କାର ପକ୍ଷରୁ କୁରୁଜଙ୍ଗ ପଞ୍ଚାୟତ ନୂହାଡୀ ଗ୍ରାମରେ ପାଳିତ ହୋଇଥିଲା ବିଶ୍ୱ ପଖାଳ ଦିବସ। କରୋନା ଟିକା କରଣ, ମାସ୍କ ବ୍ୟବହାର, ବାଲ୍ୟ ବିବାହ, ସାମାଜିକ ଦୂରତା ସମ୍ପର୍କରେ ମହିଳା ମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହିଭଳି ଅନେକ କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମରେ ରେଡ଼ିଓ ନମସ୍କାର ପକ୍ଷରୁକରାଯାଇଛି।