ପ୍ରାଚୀ ତୀର୍ଥରୁ ଜଳ ଉଠାଇଲେ କାଉଡ଼ିଆ ଭକ୍ତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। କାଉଡ଼ିଆ ଭକ୍ତ ମାନେ ବିଭିନ୍ନ ଶୈବ ପୀଠରେ ପାଣି ଲାଗି କରିବାକୁ ଆଜି ପୁଣ୍ୟ ତୋୟା ପ୍ରାଚୀ ନଦୀର ବିଭିନ୍ନ ଘାଟ ଠାରୁ ନିଜ କଳସରେ ପାଣି ଉଠାଇଥିଲେ। ପ୍ରାଚୀ ତଟର ବନ୍ଦେଶ୍ୱର, ଗୋତୀର୍ଥ, ରାମେଶ୍ୱର, ଅଙ୍ଗେଶ୍ଵର ପ୍ରଭୃତି ସ୍ଥାନ ରେ ପାଣି ନିଜ କଳସ ରେ ଉଠାଇବାକୁ କାଉଡ଼ିଆ ଭକ୍ତ ମାନଙ୍କର ଭିଡ଼ ଲାଗିଥିଲା। କାଉଡ଼ିଆ ଭକ୍ତ ମାନେ ନଦୀ ରେ ସ୍ନାନ କରି ପୁରୋହିତ ମାନଙ୍କ ଦ୍ବାରା ନିଜ କଳସ ପୂଜା କରି ସଂକଳ୍ପ କରିବା ପରେ ପ୍ରାଚୀ ନଦୀରୁ ପାଣି ତୋଳିଥିଲେ। ହର ହର ମହାଦେବ ଧ୍ଵନୀ ରେ ସମଗ୍ର ପ୍ରାଚୀ କୂଳ ପ୍ରକମ୍ପିତ ହୋଇ ଉଠିଥିଲା। କାଉଡ଼ିଆ ଭକ୍ତ ମାନେ ପ୍ରାଚୀ ନଦୀରୁ ପାଣି ତୋଳି କୋଣାର୍କ, ପୁରୀ, ଭୁବନେଶ୍ଵର ଅଭିମୁଖେ ଯାଇଥିଲେ।ଶ୍ରାବଣ ମାସ ସୋମବାର ଦିନ ଶିବ ଶମ୍ଭୁଙ୍କ ଉପରେ ପବିତ୍ର ଜଳ ଲାଗି କଲେ ନିଜ ମନୋସ୍କାମନା ପୂର୍ଣ୍ଣ ହୋଇ ଥାଏ ବୋଲି ବିଶ୍ୱାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ