ଡେଙ୍ଗାଡି ରମୁଣି ଛକ ଠାରେ ଟିପର ଧକା ମାମଲାରେ ତିନୋଟି ମାମଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଶନିବାର ଦିନ ଡେଙ୍ଗାଡି ରମୁଣି ଛକଠାରେ ଟିପର ଧକାରେ ଆଡପଡାର ବାଇକ ଚାଳକ କାନ୍ହୁ ଚରଣ ଜେନାଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥଲା, ଉତେଜିତ ସ୍ତାନୀୟଲୋକ ଓ ମୃତକ ମୋଟରସାଇକେ ଚାଳକଙ୍କ ସମ୍ପର୍କୀୟ ଟିପର ଡ୍ରାଇଭର ବସନ୍ତ ବାଘକୁ ପୋଲିସ ହାତରୁ ଛଡାଇନେଇ ମାଡ଼ମାରିଥଲେ,ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟାଇଥଲା, ଏହି ଘଟଣାକୁ ନେଇ ପୋଲିସ ଗମ୍ଭୀରତାର ସହ ଆଇନର ତର୍ଜମା କରି ଘଟଣାରେ ସମୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦୁଇଟି ମାମଲା ରୁଜ୍ଜୁ କରି ଥିବା ଜଣାପଡିଛି । ଏଥିସହ ରାସ୍ତା ଅବରୋଧ କରିବା ନେଇ ୨୦୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ୬୦ ଜଣଙ୍କ ଉପରେ ପୋଲିସ ନଜର ରଖିଥବା ଜଣାପଡ଼ିଚି । ୨ଜଣଙ୍କ ମୃତ୍ୟୁ ଏବଂ ରାସ୍ତା ଅବରୋଧ ଘଟଣାରେ ପାଟପୁର ଥାନା କେସ ନ.୮୧/୨୧ ଓ ୮୨/୨୧ ଏବଂ ୮୩/୨୧ ଅନୁଯାଇ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି । ଟିପର ଡ୍ରାଇଭର ବସନ୍ତ ବାଘଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିବା ବେଳେ ମୃତ କାନ୍ହୁ ଚରଣ ଜେନାଙ୍କ ପରିବାର ପକ୍ଷରୁ ପାଟପୁର ଥାନାରେ ଏତଲା ଦେଇଥିବା ଜଣାପଡିଛି । ଏନେଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆଇନ ଅନୁଯାୟୀ ଏହି ଘଟଣାରେ ଯେକୋୖଣସି ବ୍ୟକ୍ତି ସମ୍ପୃକ୍ତ ଥାଉନା କାହିଁକି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫା କରାଯିବ ବୋଲି ଥାନା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ