ମହାନାଦପୁର ଠାରେ ବିଶ୍ୱ ଜଳଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା): ଏମଏସ ସ୍ୱାମିନାଥନ୍ ରିଚର୍ଚ୍ଚ ଫାଉଣ୍ଡେସନ୍ ଓ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ଗଞ୍ଜାମ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ରେଡ୍ଡି, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ଓ ମୁଖ୍ୟ ବୈଜ୍ଞାନିକ ସୁଶ୍ମିତା ମହାନ୍ତି, ସ୍ଥାନୀୟ ସରପଂଚ ରୁନିତା ବେହେରା, ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଗ୍ରାମ୍ୟ କୃଷି ଅଧିକାରୀ ମିଥୁନ କୁମାର ସେଠୀ, ଏଟିଏମ ଗୋପୀନାଥ ଦାସ, ସ୍ୱାମିନାଥନ୍ ଫାଉଣ୍ଡେସନ୍ ର ଉନ୍ନୟନ କ୍ଷେତ୍ର ର ଗବେଷକ ରବୀନ୍ଦ୍ର ବେହେରା, କୃଷି ବିଜ୍ଞାନ କେନ୍ଦ୍ର ର ରୋଗପୋକ ବୈଜ୍ଞାନିକ ସନ୍ଦୀପ, ମୃତ୍ତିକା ବୈଜ୍ଞାନିକ ଦେବାଶିଷ ଷଡଙ୍ଗୀ, ଉଦ୍ୟାନବିତ୍ ବୈଜ୍ଞାନିକ ସୁଶ୍ରୀ ଚୈାଧୁରୀ,ଶସ୍ୟ ବୈଜ୍ଞାନିକ କବିତା ମିଶ୍ର,ମତ୍ସ୍ୟ ବୈଜ୍ଞାନିକ ସିଦ୍ଧାର୍ଥ ଶେଖର ଦାସ ପ୍ରମୁଖ ଯୋଗ ଦେଇ ଜଳର ଗୁରୁତ୍ୱ , ଜଳ ଅପଚୟ ରୋକିବା, ପାନୀୟ ଜଳ ର ସୁରକ୍ଷା, ଜଳର ମୁଲ୍ୟ,କୃଷି କ୍ଷେତ୍ର ରେ ଜଳର ଗୁରୁତ୍ୱ, ଓ ଅଯଥା ଅପବ୍ୟୟ ରୋକିବା ପ୍ରଭୃତି ବିଷୟରେ ଚାଷୀ ମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଚାଷୀ ମାନେ ଯୋଗ ଦେଇଥିଲେ । ଜଳ ସଂଚିଲେ ଆମେ ମଣିଷ ସମାଜ , ଜୀବଜନ୍ତୁ,ବୃକ୍ଷଲତା ସମସ୍ତେ ବଂଚିବା । ଜଳ ଏକ ମୁଲ୍ୟବାନ ପଦାର୍ଥ ତେଣୁ ସମସ୍ତେ ସଂକଳ୍ପ ନେବା ଆଜି ଠାରୁ ଏକ ବୃନ୍ଦା ଜଳର ଗୁରୁତ୍ୱ ସଂଚୟ ରଖିବା ଜଳ ଦିବସର ମୁଖ୍ୟ ବିଷୟ ଥିଲା । ଶେଷରେ ରିଜିଲିଏନ୍ସ ପ୍ରକଳ୍ପର କର୍ମୀ ଅବିନାଶ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଗ୍ରଣୀ ଚାଷୀ ବାଂଛାନିଧି ବେହେରା,ଚରଣ ବେହେରା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ପରିଚାଳନା ରେ ସହଯୋଗ କରିଥିଲେ ।


