୩ଟି ଗାଡି ସହ ଗଞ୍ଜେଇ ଜବତ ୪ଜଣ ଗିରଫ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଅନ୍ତର୍ଗତ ଖଜୁରିପଡ଼ା ଥାନା ଅଞ୍ଚଳରୁ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବାଜଣାପଡିଛି । ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ମଧ୍ୟ ଜବତ ହୋଇଥିବାର ଖବର ମିଳିଛି । ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଶଙ୍କରାଖୋଲରେ ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୪ଜଣ ଲୋକ ଗୋଟିଏ ସ୍କର୍ପିଓ ସହ ୨ଟି ଆମ୍ବାସାଡର୍ କାରରେ ୧୮୮ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ଅବକାରୀ ବିଭାଗର କର୍ମଚାରୀମାନେ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫଙ୍କ ମଧ୍ୟରେ ପ୍ରଦୀପ କୁମାର ଅଳିତା, ଆକାଶ କୁମାର ଚୌଧୁରୀ, ଦିଲୀପ କୁମାର ବେହେରା ଓ ଜିତେନ୍ଦ୍ର କୁମାର ବେହେରା ବୋଲି ଜଣାପଡିଛି । ଏଥିଶହ ସେମାନେ ଗଞ୍ଜାଇ ଚାଳନାରେ ବେବହାର କରୁଥିବା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ କରାଯାଇଥିବା ଜଣାପଡିଛି ।


