ବିଦ୍ୟାଳୟ ଭିତିଭୂମି ସମୀକ୍ଷା ସହ ସ୍ମ୍ରାର୍ଟ କ୍ଳାସ ରୁମ ବୁଲି ଦେଖିଲେ ପ୍ରମୁଖ ସଚିବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୂଳ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ଓପେପା ଯୁଗ୍ମ ନିର୍ଦ୍ଦେଶକ ଡ଼ଃ. ସନାତନ ପଣ୍ଡା ହିଞ୍ଜିଳି ଗ୍ରସ୍ତ କରି ୩ଟି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରିବା ସହ ବିଦ୍ୟାଳୟ ପରିବେଶ ଓ ସ୍ମ୍ରାଟ କ୍ଳାସ ରୁମ ବୁଲି ଦେଖିଥିଲେ । ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟ ଆର୍ଟ ରୁମ, ଗ୍ରନ୍ଥାଳୟ, ବିଜ୍ଞାନାଗାର ଓ ସ୍ମ୍ରାଓ କ୍ଳାସ ରୁମ ବୁଲି ଦେଖିଥିଲେ । ସେଠାରୁ ସାରୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ପରେ ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟ ଆର୍ଟ ରୁମ, ଗ୍ରନ୍ଥାଳୟ, ବିଜ୍ଞାନାଗାର ଓ ସ୍ମ୍ରାର୍ଟ କ୍ଳାସ ରୁମ ବୁଲି ଦେଖିଥିଲେ । ଗତ ବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳାଫଳ ପଚାରି ବୁଝିବା ସହ ଫଳାଫଳରେ ଉନ୍ନତି ଆଣିବା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଷକୁ ଅଧିକ ସବୁଜ ସୁନ୍ଦର କରିବା ସହ ବନ ଅଧିକାରୀଙ୍କ ସହ ଯୋଗଯୋଗ କରି ବିଦ୍ୟାଳୟ ପରିସରରେ ଅଧିକ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ପରେ ଉପସ୍ଥିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକର ବିଇଓ ମାନଙ୍କ ସହ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ ସମେତ ବିଦ୍ୟାଳୟର ଆବଶ୍ୟକ ଭିତଭୂମି ସଜାଡ଼ିବା ନେଇ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷାର୍ଥୀଙ୍କୁ ‘ମୋ ସ୍କୁଲ ‘ ଅଭିଯାନରେ ସାମିଲ କରିବା ସହ ବିଦ୍ୟାଳୟର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସାହୁ ଓ ଓପେପା ଯୁଗ୍ମ ନିର୍ଦ୍ଦେଶକ ଡ଼ଃ. ପଣ୍ଡାଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ଅମୁଲ୍ୟ କୁମାର ପ୍ରଧାନ, ଏଡ଼ିଇଓ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତି, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ହିଞ୍ଜିଳି ବିଇଓ ପବିତ୍ର ମୋହନ ସାହୁ, କୁକୁଡ଼ାଖଣ୍ଡି ବିଇଓ ଏସ. ଗିରିଧାରୀ, ପୁରୁଷୋତମପୁର ବିଇଓ ହରେକୃଷ୍ଣ ପଣ୍ଡା, ଓଏଭି ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଟ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବ୍ଳକର ବିଇଓ ଓ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।


