ମହୁମାଛି ଆକ୍ରମଣରେ ୨ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୁମ୍ମା ବ୍ଲକ ଅନ୍ତର୍ଗତ ଡୁମ୍ବବାଡା ପଞ୍ଚାୟତର ଅନ୍ତର୍ଗତ ତମଚର ଜଙ୍ଗଲରେ ମହୁମାଛି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇପଡିି ଚିକିତ୍ସିତ ହେଉଥିବାର ଜଣାପଡିଛି । ଗୁମ୍ମା ଖ୍ରୀଷ୍ଟିୟାନ ସାହିର ରଞ୍ଜିତ ଜେନା(୬୫), ପୁତୁରା ଅମିତ ଜେନା(୨୫) ବେପାର ବଣିଜ ନିମନ୍ତେ ତୁମୁଚର ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କ ଅଜାଣତରେ ବାଘ ମହୁମାଛି ହଠାତ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ପ୍ରଥମେ ରଞିତକୁ ଆକ୍ରମଣ କରିଥିଲା ସେ ଜୀବନ ବଞ୍ଚାଇବା ପାଇଁ ଭୟରେ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲେ ମଧ୍ୟ ମହୁମାଛି ବହୁ ସଂଖ୍ୟକ କାମୁଡି ଦେଇଥିବ।ରୁ ଜଙ୍ଗଲ ଭିତରେ ହିଁ ଚେତା ଶୂନ୍ୟ ହୋଇ ପଡିଥିଲେ । ପୁତୁରାଙ୍କ ଉପରେ ବି ମହୁମାଛି ଆକ୍ରମଣ କରିଥିଲା । ସେ ପ୍ରାଣ ଭୟରେ ଏକ ଗ୍ରାମ ନିକଟକୁ ଦୌଡି ଆସି ଚେତେଶୂନ୍ୟ ହୋଇପଡି ଯାଇଥିଲେ । ଖବର ଶୁଣି ଗ୍ରାମବାସୀ ମାନେ ଜଙ୍ଗଲରେ ଚେତାଶୂନ୍ୟ ହୋଇ ପଡିଥିବା ରଂଜିତକୁ ବହୁ ଖୋଜା ଖୋଜି କରିବାପରେ ଉଦ୍ଧାର କରି ତୁରନ୍ତ ଉଭୟଙ୍କୁ ଏକ ବୋଲେରୋ ଗାଡି ସାହାର୍ଯ୍ୟରେ ଗୁମ୍ମା ଗୋଷ୍ଠି ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଉଭୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସୁଧୁରୁଥିବାର ଡାକ୍ତର ରାଜୀବ ଲୋଚନ ସେନାପତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ