ସାମ୍ବାଦିକଙ୍କୁ କରୋନା ଟୀକା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ‌ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ୱିଟ

କୋଣାର୍କ (ଗଣେଶ ବେହେରା): ବିଶ୍ବ ମହାମାରୀ କରୋନା ସମୟରେ ନିରବଛିନ୍ନ ଖବର ପରିବେଷଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଓଡିଶା ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରୀ ଚିଠି ଆଧାର ରେ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ନିମନ୍ତେ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ମାନ୍ଯବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଟ୍ୱିଟ ଯୋଗେ ଅବଗତ କରାଇଛନ୍ତି। ଖବରରୁ ପ୍ରକାଶ ଯେ ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା – ୮୨୩୮, ତା -୧୭.୦୩.୨୧ ରେ ସ୍ବାସ୍ଥ୍ୟ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ଓଡିଶାରେ କାର୍ଯ୍ୟରତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ପାଇଁ ଅନୁମତି ଦେବାକୁ ଅବଗତକରାଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସରକାରୀ ପତ୍ର ପଠାଇବାର ୧୭ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କେନ୍ଦ୍ର ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ସମସ୍ଯାର ସ୍ଥାୟୀ ସମାଧାନ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପତ୍ର କୁ ଗୁରୁତ୍ବ ଦେଇ ଓଡିଶା ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କରୋନା ଟୀକା ପ୍ରଦାନ ପାଇଁ ଅନୁମତି ଦେବାକୁ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ କୁ ଟ୍ବିଟ ଯୋଗେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ