ଆରମ୍ଭ ହେଲା ମାଟ୍ରିକ ପ୍ରିବୋର୍ଡ ପରୀକ୍ଷା

ହାଟଡ଼ିହି, (ବିକାଶ ବିଶ୍ୱାଳ): ଆଗାମି ମାଟ୍ରିକ ପରୀକ୍ଷାକୁ ଆଖି ଆଗରେ ପରୀକ୍ଷାର୍ଥିଙ୍କ ମନରୁ ଭୟ ଦୁର କରିବା ଉଦ୍ଦେଶ୍ୟରେ ଓଷ୍ଟା ତରଫରୁ ଆରମ୍ଭ ହୋଇଛି ମାଟ୍ରିକ ପ୍ରିବୋର୍ଡ ପରୀକ୍ଷା । ହାଟଡିହି ବ୍ଲକର ୪୩ଟି ପରୀକ୍ଷାକେନ୍ଦ୍ରରେ ଗତକାଲି ଠାରୁ ୩ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷା ଆରମ୍ଭ ହୋଇଛି ଓ ୧୯୭୮ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କରାଯାଇଥିବା ସ୍ୱତନ୍ତ୍ର ଗାଇଡ ଲାଇନ ଅନୁଯାୟୀ ବୋର୍ଡ ଦ୍ୱାରା ନୁତନ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ଗୁଡିକ ଛାତ୍ରଛାତ୍ରୀ ମାନଙ୍କ ମନରୁ ଭୟ ଦୁରକରିବ ଓ ଛାତ୍ରଛାତ୍ରୀମାନେ ଭୟଶୁନ୍ୟ ହୋଇ ବୋର୍ଡ ପରୀକ୍ଷାଦେବେ ସେହି ଉଦ୍ଦେଶ୍ୟରେ ଏହି ପରୀକ୍ଷା କରାଯାଉଛି । ମାଟ୍ରିକ ପରୀକ୍ଷା ପୁର୍ବରୁ ଏହି ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସହାୟକ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରକାଶ କରିଛନ୍ତି । ଓଷ୍ଟା ସଂଘର ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପରୀକ୍ଷାକୁ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ସୁରେନ୍ଦ୍ର କୁମାର ପାତ୍ର, ଶିଶିର କୁମାର ବିଶ୍ୱାଳ, ଅନିରୁଦ୍ଧ ସେଠୀ, ନବଘନ ନାୟକ, ବିଷ୍ଣୁପଦ ଜେନା, ଅଶୋକ କୁମାର ଜେନା, ରତ୍ନାକର ପଣ୍ଡା, ବିଜୟ କୁମାର ସେଣ୍ଢ, ବ୍ରହ୍ମାନନ୍ଦ ତ୍ରିପାଠୀ, ଶରତ କୁମାର ଶାସିନି, କୋଦଣ୍ଡଧର ମହାନ୍ତି, ମନୋଜ ମଞ୍ଜରୀ ମଲ୍ଲିକ, ମାନସିଂ ମୁର୍ମୁ, ଡମ୍ବରୁଧର ଦେହୁରୀ, ହଳଧର ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରୁଛନ୍ତି । କୋଭିଡ ନିୟମାନୁଯାୟୀ ଛାତ୍ରଛାତ୍ରୀ ମାନେ ସାମାଜିକ ଦୁରତା ଓ ମାସ୍କ ବ୍ୟବହାର କରି ପରୀକ୍ଷା ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ