ଘରୋଇ ଓ ବିଦେଶୀ କମ୍ପାନୀ ଖୋଲିପାରିବେ ଖୁଚୁରା ବିକ୍ରୟ କେନ୍ଦ୍ର

ପରିବହନ ଇନ୍ଧନର ବିପଣନ ଲାଗି କ୍ଷମତା ପ୍ରଦାନ କରିବାର ନିୟମାବଳୀ ସମୀକ୍ଷା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ବୈଠକରେ ମଞ୍ଜୁରି ମିଳିଛି । ଏହା ପେଟ୍ରୋଲ ଏବଂ ଡିଜେଲର ବିପଣନ ଲାଗି ରହିଥିବା ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବ । ପରିବହନ ଇନ୍ଧନ ବିପଣନ ଲାଗି କ୍ଷମତା ପ୍ରଦାନ କରିବା ପାଇଁ ବର୍ତମାନର ନୀତିରେ ୨୦୦୨ ପରଠାରୁ ଗତ ୧୭ ବର୍ଷ ମଧ୍ୟରେ କୌଣସି ପରିବର୍ତନ କରାଯାଇନଥିଲା । ବଜାରର ପରିବର୍ତିତ ପରିଦୃଶ୍ୟ ଏବଂ ଏହି କ୍ଷେତ୍ର ସହ ଜଡ଼ିତ ବିଦେଶୀ କମ୍ପାନୀ ସହିତ ଘରୋଇ କମ୍ପାନୀର ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବର୍ତମାନ ଏହାକୁ ସଂଶୋଧିତ କରାଯାଇଛି । ନୂଆନୀତି ଫଳରେ ପରିବହନ ନୀତି ସହ ଜଡ଼ିତ ନିୟମାବଳୀ ଜରିଆରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ । ଯଦ୍ଦ୍ୱାରା ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକ ସଂଖ୍ୟାରେ ଖୁଚୁରା ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଉପଭୋକ୍ତାଙ୍କ ଲାଗି ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ଏବଂ ଉନ୍ନତ ସେବା ଉପଲବ୍ଧ ହୋଇପାରିବ । ପ୍ରମୁଖ ବିଶେଷତ୍ୱ ଏବଂ ପ୍ରଭାବ : ଘରୋଇ କମ୍ପାନୀ ଲାଗି ରହିଥିବା ବାଧକ ଦୂର ହେବ – ଏପରି କ୍ଷମତା ପାଇବା ଲାଗି ଇଚ୍ଛୁକଚା କମ୍ପାନୀ ପାଇଁ ୨ହଜାର କୋଟି ଟଙ୍କାର ଆଗୁଆ ନିବେଶ ଲାଗି ବର୍ତମାନ ରହିଥିବା ଆବଶ୍ୟକତା ତୁଳନାରେ ଏବେ ସର୍ବନିମ୍ନ ୨୫୦ କୋଟି ଟଙ୍କା ମୋଟ ନିବେଶର ଆବଶ୍ୟକତା ପଡ଼ିବ । ଅଣ-ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଖୁଚୁରା କ୍ଷେତ୍ରରେ ନିବେଶ କରିପାରିବେ । ତୈଳ ଏବଂ ଗ୍ୟାସଚା କ୍ଷେତ୍ରରେ ଆଗୁଆ ନିବେଶର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି । ଏଥିରେ ମୁଖ୍ୟତଃ ସନ୍ଧାନ ଓ ଉତ୍ପାଦନ, ବିଶୋଧନ, ପାଇପଲାଇନ/ଟର୍ମିନାଲ ଆଦି ସାମିଲ ରହିଛି । ପେଟ୍ରୋଲ ଏବଂ ଡିଜେଲ ପାଇଁ ବିପଣନ ଅଧିକାର ପାଇବା ଲାଗି ଇଚ୍ଛୁକ କମ୍ପାନୀଗୁଡ଼ିକୁ ଖୁଚୁରାଚା ଏବଂ ପାଇକାରୀ ବିକ୍ରି କ୍ଷମତା ନିମନ୍ତେ ପୃଥକ ପୃଥକ ଭାବେ କିମ୍ବା ଏକାଠି ଆବଦେନ କରିବା ପାଇଁ ଅନୁମତି ମିଳିବ । କମ୍ପାନୀଗୁଡ଼ିକୁ ବିପଣନ କ୍ଷମତା ପ୍ରଦାନ ଲାଗି ଏକ ଯୁଗ୍ମ ଉଦ୍ୟୋଗ କିମ୍ବା ସହାୟକ କମ୍ପାନୀ ପ୍ରତିଷ୍ଠାଚା କରିବା କ୍ଷେତ୍ରରେ ନମନୀୟତା ପ୍ରଦାନ କରାଯାଇଛି । ପାରମ୍ପରିକ ଇନ୍ଧନ ବ୍ୟତୀତ, କ୍ଷମତାପ୍ରାପ୍ତ କମ୍ପାନୀଗୁଡ଼ିକ ତିନି ବର୍ଷ ମଧ୍ୟରେ ପ୍ରସ୍ତାବିତ ଖୁଚୁରାଚା ବିକ୍ରୟ କେନ୍ଦ୍ରରେ ସିଏନଜି, ଏଲଏନଜି, ଜୈବ ଇନ୍ଧନ, ବିଦ୍ୟୁତ ଚାର୍ଜିଂ ଆଦି ସର୍ବନିମ୍ନ ଗୋଟିଏ ନୂଆ ବିକଳ୍ପ ଇନ୍ଧନ ବିପଣନ କରିବା ଜରୁରି । ବିଦେଶୀ କମ୍ପାନୀ ସହିତ ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀ ଖୁଚୁରା ଇନ୍ଧନ ବିପଣନରେ ନିବେଶଚା କରିବେ ବୋଲି ଆଶା କରାଯାଉଛି, ଫଳରେ ଉପଭୋକ୍ତାଙ୍କ ପାଇଁ ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ଓ ସେବା ଉପଲବ୍ଧ ହୋଇପାରିବ । ନୂଆ କମ୍ପାନୀ ଇନ୍ଧନ ବିପଣନ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗ କରିବେ ଏବଂ ଖୁଚୁରା ବିକ୍ରୟଚା କେନ୍ଦ୍ରରେ ଡିଜିଟାଲ ପଇଠକୁ ମଧ୍ୟ ପ୍ରୋତ୍ସାହନ ଦେବେ । ଏସବୁ କମ୍ପାନୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ମହିଳା ଓ ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତିକୁ ମଧ୍ୟଚା ପ୍ରୋତ୍ସାହନ ଦେବେ । ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ସିସିଟିଭି ସୁବିଧା ପ୍ରତିଷ୍ଠା କରାଯିବ ।ଚା କ୍ଷମତାପ୍ରାପ୍ତ କମ୍ପାନୀ ପାଇଁ କ୍ଷମତା ପାଇବାର ୫ ବର୍ଷ ମଧ୍ୟରେ ବିଜ୍ଞପିତ ଉପାନ୍ତ ଅଂଚଳରେ ମୋଟଚା ଖୁଚୁରା ବିକ୍ରୟ କେନ୍ଦ୍ରର ସର୍ବନିମ୍ନ ୫% କେନ୍ଦ୍ର ପ୍ରତିଷ୍ଠା କରିବା ବାଧ୍ୟତାମୂଳକ ହେବ । ଏହି ବାଧ୍ୟତାମୂଳକ ନିୟମର କାର୍ଯ୍ୟକାରୀତା ଅନୁଧ୍ୟାନ କରିବା ଲାଗି ଏକ ପ୍ରଭାବୀ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀର ଖୋଲା ଡିଲରସିପ ପାଇଁ ଗୋଟିଏରୁଚା ଅଧିକ ବିପଣନ କମ୍ପାନୀର ଡିଲରସିପ ମିଳିପାରିବ । ତେବେ ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଏହା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ