ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଜଳଛତ୍ର ଉଦଘାଟିତ

କେନ୍ଦ୍ରାପଡା,(ଚିତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସହରର ତିନିମୁହାଣି ଛକରେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ପଥଚାରୀମାନଙ୍କୁ ଦହି ସର୍ବତ ପ୍ରଦାନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହରେ କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ଯାତ୍ରୀ ଓ ପଥଚାରୀମାନଙ୍କୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ବିବେକାନନ୍ଦ ମହାରଣା, ଉପସଭାପତି ଦେବାଶିଷ ପଣ୍ଡା, ସମ୍ପାଦକ ସୁଜିତ କୁମାର ବଳ, ସହ ସମ୍ପାଦକ ମହେନ୍ଦ୍ର ମିଶ୍ର(ବାବୁନା), କୋଷାଧ୍ୟକ୍ଷ ଦିଲ୍ଲିପ ମହାନ୍ତି, ମୀନକେତନ ରାୟ, ବୁଲବୁଲ ରାୟ, ନିୟାମତ ଖାଁ, ନୃସିଂହ ପଣ୍ଡା, ଭାଷ୍କର ପଣ୍ଡା, ପ୍ରଭାଶିଷ ପଣ୍ଡା, ପବିତ୍ର ସ୍ୱାଇଁ ଓ ଟିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ