ଚୋରା ମଦ ଜବତ, ୬ ଗିରଫ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ କେନ୍ଦ୍ରାପଡ଼ା ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, ମାର୍ଶାଘାଇ ଓ ପାଟକୁରା ଥାନା ଅଧିନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ପାତ୍ରପୁର ଗ୍ରାମର ଶରତ କୁମାର ସାହୁ(୪୨)ଙ୍କ ନିକଟରୁ ୨୮ ଲିଟର ଚୋରା ବିଦେଶୀ ମଦ ଏବଂ କଟନବଣିଆ ଗ୍ରାମର ଉମେଶ ଚନ୍ଦ୍ର ବେହେରା(୫୭)ଙ୍କ ନିକଟରୁ ୨୪ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ମାର୍ଶାଘାଇ ଗ୍ରାମର ଭାସ୍କର ଚନ୍ଦ୍ର ଜେନା(୩୯)ଙ୍କ ନିକଟରୁ ୨୭ ଲିଟର ଚୋରା ଦେଶୀ ମଦ, ବେଣୁପଳା ଗ୍ରାମର ସଂଯୁକ୍ତା ସ୍ୱାଇଁ(୬୦)ଙ୍କ ନିକଟରୁ ୨୧ ଲିଟର ଚୋରା ବିଦେଶୀ ମଦ ଏବଂ ମଙ୍ଗରାଜପୁର ଗ୍ରାମର ଗିରିଧାରୀ ଦାସ(୪୩)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ ସହିତ ଗୋଟିଏ ବାଇକ ଜବତ କରାଯାଇଥିଲା। ଏଥିସହ ଜଗଦୀଶ ସାହୁ (୩୨)ଙ୍କ ନିକଟରୁ ୩୨ ଲିଟର ଚୋରା ବିଦେଶୀ ମଦ ଜବତ ହୋଇଥିଲା। ଏହି ଚଢ଼ାଉରେ ମୋଟ ୧୫୦ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ସମେତ ଗୋଟିଏ ବାଇକ ଜବତ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି। ଏହି ମାମଲା ଗୁଡ଼ିକରେ ୬ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଋତୁପ୍ରଭା ସ୍ୱାଇଁ, ତ୍ରିବେଣୀ ମହନ୍ତ, ରଞ୍ଜନ କୁମାର ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ