କେନ୍ଦ୍ରାପଡା ଜିଲ୍ଲାର ୬୬ ମଦ ଦୋକାନ ପାଇଁ ଲଟେରୀ ଉଠାଣ

ଜଣେ ଜଣେ ମଦ ବ୍ୟବସାୟୀଙ୍କ ନାମରେ ଏକାଧିକ ମଦ ଦୋକାନ ପାଇଁ ଲଟେରୀ 

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମେ ୨୦୦୫ ମସିହାରେ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । କିନ୍ତୁ ସେହି ଲଟେରୀ ବ୍ୟବସ୍ଥା ଏତେ ତୃଟିପୂର୍ଣ୍ଣ ଥିଲା ଯେ ଜଣେ ଜଣେ ମଦ ବ୍ୟବସାୟୀ ନିଜ ପରିବାରଙ୍କ ନାମରେ ୮ଟିରୁ ଅଧିକ ମଦ ଦୋକାନ ଲଟେରୀ ମାଧ୍ୟମରେ ହାସଲ କରିନେଇଥିଲେ । ସେବେଠାରୁ ପ୍ରତିବର୍ଷ ଅଧିକ ୧୦ଭାଗ ଅବକାରୀ ରାଜସ୍ୱ ଦେଇ ମଦ ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଉପାର୍ଜନ କରିଆସୁଥିଲେ । ଚଳିତ ବର୍ଷ ଅପ୍ରେଲ ମାସରୁ ଜିଲ୍ଲାରେ ୪୭ଟି ବିଦେଶୀ ମଦ ଦୋକାନ ଏବଂ ୧୯ଟି ଦେଶୀ ମଦ ଦୋକାନ ଏଭଳି ୬୬ଟି ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଲଟେରୀ ଅନୁଷ୍ଠିତ ହୋଇଯାଇଛି । ବିଦେଶୀ ମଦ ଦୋକାନ ପାଇଁ ୭୪୫ଜଣ ଆବେଦନକାରୀ ମଦ ବ୍ୟବସାୟୀ ଥିବା ବେଳେ ଦେଶୀମଦ ଦୋକାନ ପାଇଁ ୮୮ଜଣ ମଦ ବ୍ୟବସାୟୀ ଆବେଦନ କରିଥିଲେ । ଏଥିନିମନ୍ତେ ପ୍ରତ୍ୟେକ ଆବେଦନ ଫର୍ମ ସହିତ ଏକ ଲକ୍ଷ ଟଙ୍କା ଫିସ ମଧ୍ୟ ଦାଖଲ କରିଥିଲେ ଆବେଦନକାରୀ ମଦ ବ୍ୟବସାୟୀ । କେନ୍ଦ୍ରାପଡା ପୈାର ଟାଉନହଲ ପରିସରରେ ସଂପୂର୍ଣ୍ଣ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଶନିବାର ଜିଲ୍ଲାର ୬୬ଟି ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ ନିମନ୍ତେ ଲଟେରୀ ଉଠାଣ ହୋଇଥିଲା । ଆବେଦନକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନକୁ ଲଟେରୀ ବାକ୍ସରେ ପକାଯାଇ ପ୍ରତ୍ୟେକ ଦୋକାନ ପାଇଁ ପୃଥକ ପୃଥକ ଲଟେରୀ ଉଠାଣ କରାଯାଇଥିଲା । ଜଣେ ଜଣେ ମଦ ବ୍ୟବସାୟୀଙ୍କର ଏକାଧିକ ଦୋକାନ ପାଇଁ ଲଟେରୀ ଉଠିଥିବା ସୂଚନା ମିଳିଛି । ଦୀର୍ଘବର୍ଷ ଧରି ମଦ ବ୍ୟବସାୟ କରି ଆସୁଥିବା ଜିଲ୍ଲାର କେତେକ ପ୍ରଭାବଶାଳୀ ମଦ ବ୍ୟବସାୟୀ ନିଜ ସମ୍ପର୍କୀୟଙ୍କ ସହ ଚିହ୍ନାପରିଚିତଙ୍କ ନାମରେ ଆବେଦନ କରିଥିବା ଦେଖାଯାଇଛି । କେତେକ ନିର୍ଦ୍ଦିଷ୍ଟ ସ୍ଥାନର ମଦ ଦୋକାନ ପାଇବା ନିମନ୍ତେ ଜଣପିଛା ସଂଖ୍ୟାଧିକ ଆବେଦନପତ୍ର ପକାଯାଇଥିବା ସୂଚନା ମିଳିଛି । ଚଳିତ ଥର ୫ବର୍ଷ ନିମନ୍ତେ ଏହି ମଦ ଦୋକାନ ଲାଇସେନ୍ସ ପ୍ରଦାନ କରାଯାଉଥିବା ଜଣାପଡିଛି । ଚଳିତବର୍ଷ ବିଦେଶୀ ମଦ ଦୋକନ ପାଇଁ ୧୪ ଜଣ ଓ ଦେଶୀ ମଦ ଦୋକାନ ପାଇଁ ୪ଜଣ ମହିଳା ଏପରି ମୋଟ ୧୮ଜଣ ମହିଳାଙ୍କ ନାମରେ ଲଟେରୀ ଉଠିଥିବା ଓ ସେମାନେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପାଇବାକୁ ସମର୍ଥ ହୋଇଥିବା ଜଣାପଡିଛି । ଜିଲ୍ଲାର ୪୭ଟି ବିଦେଶୀ ମଦ ଦୋକାନ ମଧ୍ୟରୁ ବାବର ମଦ ଦୋକାନ ପାଇଁ ସନ୍ଧ୍ୟାରାଣୀ ସାମଲ, ନୂଆପଡା- ନିର୍ମଳ ନାୟକ, ଗରଦପୁର- ତଡିତ ରାଉତ, କୋରୁଆ- ସସ୍ମିତା ସାହୁ, ମାହାଳ ହାଟ- ପ୍ରକାଶ ମହାପାତ୍ର, ଓସ୍ତର ହାଟ- ସୁବାଷ ଚନ୍ଦ୍ର ଚୈାଧୁରୀ, ବଡପାଳଗଡା- ଅଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ଦାସ, ଚାଟରାଚକଡା- ଅରୁଣ ସାହୁ, ବାରୁଅ- ଆଲୋକ ପଣ୍ଡା, ଶ୍ୟାମସୁନ୍ଦରପୁର- ବିକାଶ ନାୟକ, ଛପାଲି- ପ୍ରଭାବତୀ ବଳ ଦାସ, ନାରାୟଣପୁର- ପ୍ରଭାବତୀ ବଳ ଦାସ, ପାଟକୁରା- ପ୍ରଦୀପ୍ତ ମହାପାତ୍ର, ମାର୍ଶାଘାଇ- ମୁକ୍ତିମନ୍ଦାକିନୀ ବରାଳ, ଦୁହୁରିଆ- ପୁରୁଷୋତ୍ତମ ସାହୁ, ଅଙ୍ଗୁଳାଇ- ଲକ୍ଷ୍ମୀପ୍ରିୟା କର, ହଜାରୀ-ଅମୀୟ ପ୍ରଧାନ, ନୂଆହାଟ- ରଞ୍ଜନ ସାହୁ, ଚାନ୍ଦୋଳ- ଅଧିକାରୀ ପ୍ରହଲ୍ଲାଦ ଦାସ, ଇନ୍ଦୁପୁର- ଶୁକଦେବ ପରିଡା, ରାମନଗର- ପ୍ରମୋଦ ରାଉତ, ଖରିନାସୀ- ଦେବେନ୍ଦ୍ର ରାଉତ, ଓଳାଭର- ଉଷାରାଣୀ ନାୟକ, ରାଜକନିକା- ଅଶୋକ ସ୍ୱାଇଁ, ନାହୁଲିଆ- ବିଜୟ ମହାନ୍ତି, ଗୋବିନ୍ଦପୁର- ରାଜୀବରଞ୍ଜନ ବୋଷ, ଆଳି- ସର୍ବେଶ୍ୱର ସାହୁ, ସିଙ୍ଗିରି- ସୁବାସିନୀ ଜେନା, ଅଣ୍ଢରା- ସରସ୍ୱତୀ ବେହେରା, ଅଳପୁଆ- ଦିବାକର ସ୍ୱାଇଁ, ଚଉଦକୁଲାଟ- ଦୀପ୍ତିବଳ ବିଶ୍ୱାଳ, କଂଟାବଣ- ପ୍ରିୟମ୍ବଦା ନାୟକ, ପଟ୍ଟାମୁଣ୍ଡାଇ- ମାନସରଞ୍ଜନ ସାମଲ, ସାନବଡଗୋପାଳପୁର- ନନ୍ଦକିଶୋର ଦାସ, ଜରିମୂଳ- ଆଲୋକ ପଣ୍ଡା, ଡାଙ୍ଗମାଳ- ଦେବେନ୍ଦ୍ର ରାଉତ, ତାଳଚୁଆ- ସରୋଜ ନାୟକ, ଗୁପ୍ତି- ଦୀପକ ଦାସ, ବାଟିପଡା- ବିଜୟ ମହାନ୍ତି, ଅଢାଜୋରି- ଅଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ଦାସ, ଗୋପଛକ- ମମତା ସାହୁ, କେନ୍ଦ୍ରାପଡା(୧)(ଗୋପ)- ଶ୍ରୀକାନ୍ତ ରାୟ, ମହାକାଳପଡା- ପ୍ରଫୁଲ୍ଲ ସାହୁ, କେନ୍ଦ୍ରାପଡା(୩)(ତିନିମୁହାଣୀ)- ରଶ୍ମୀରେଖା ପାତ୍ର, ବାଲିଆ ବଜାର- ଲକ୍ଷ୍ମୀପ୍ରିୟା ସାହୁ, ନିକିରାଇ- ଆଲୋକ ଜେନା, କେନ୍ଦ୍ରାପଡା(୨)(ମଢିଆଳ)- ନିମନ୍ତେ ଶ୍ରୀକାନ୍ତ ରାୟ ପ୍ରମୁଖଙ୍କ ନାମରେ ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ଉଠିଛି । ସେହିପରି ୧୯ଟି ଦେଶୀମଦ ଦୋକାନ ପାଇଁ ଖରିନାସୀ- ସ୍ୱର୍ଣ୍ଣଲତା ସାହୁ, ଚାନ୍ଦୋଳ- ଶରତ ସାହୁ, ଓଲଢି- ମମିତା ଦାସ, ଇନ୍ଦୁପୁର- ରତ୍ନାକର ସାହୁ, ମାର୍ଶାଘାଇ(ଜୁଣ)-ଚିତ୍ତରଞ୍ଜନ ମିଶ୍ର, ନୁଆପଡା- ସୁଶାନ୍ତ ମଲ୍ଲିକ, ଗରଦପୁର- ଶ୍ୟାମସୁନ୍ଦର ସାହୁ, ଗୁଲନଗର- ସୀତାକାନ୍ତ ନାୟକ, ତିନିମୁହାଣୀ- ରଶ୍ମୀରେଖା ପାତ୍ର, ବରେଇ(ଅଙ୍ଗୁଳେଇ)- ବିଦ୍ୟୁଲତା ସାହୁ, ବଡପାଳଗଡା- ରଜତ ସାହାଣୀ, ପଟ୍ଟାମୁଣ୍ଡାଇ- ଚିତ୍ତରଞ୍ଜନ ମିଶ୍ର, ରାଜନଗର- ସୁରେଶ ଚନ୍ଦ୍ର ସାହୁ, ତାଳଚୁଆ- ହେମନ୍ତ ମହାନ୍ତି, ଆଳି- କାଶୀନାଥ ବେହେରା, ଓଳାଭର- ସଂଗ୍ରାମ କେଶରୀ ପାତ୍ର, ଅଳଭା- ହେମନ୍ତ ମହାନ୍ତି, ଚରପଡା- ହେମନ୍ତ ମହାନ୍ତି, କଂଟାପଡା- ହେମନ୍ତ ମହାନ୍ତି ପ୍ରମୁଖ ମଦ ବ୍ୟବସାୟୀ ଲଟେରୀ ଜିତିଥିବା ସୂଚନା ମିଳିଛି । ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଅବକାରୀ ଅଧିକ୍ଷକ ରଜତ ପ୍ରହରାଜ, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ