ମହୂଲ ପୋଚ ଓ ଦେଶୀମଦ ଜବତ, ଜଣେ ମହିଳା ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଗ୍ରାମରେ ଅଡବା ପୋଲିସ ଏବଂ ଆର୍‌.ଉଦୟଗିରି ଅବକାରୀ ବିଭାଗର ମିଳିତ ଚଢାଉରେ ବ୍ୟାପକ ମଦ ପୋଚ ନଷ୍ଟ କରାଯାଇଛି । ଏଥିରେ ୧୨୦୦ ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯିବା ସହ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତିକୁ ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇ ଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗତକାଲି ରବିବାର ଦିନ ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା, ଦମାଦୁଆ, ବିରିକୋଟ ଆଦି ଅଞ୍ଚଳରେ ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ୧୨୦୦ ଲିଟର ମହୂଲ ପୋଚ ନଷ୍ଟି କରାଯାଇଥିବା ବେଳେ ଅନ୍ୟ ଦୁଇଟି ଘଟଣାରେ ୧୧୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ଘଟଣାକୁ ନେଇ ଆର୍‌.ଉଦୟଗିରି ଅବକାରୀ ଥାନାରେ ୩/୨୧ରେ ଏକ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି । ଏହି ମିଳିତ ଚଢାଉରେ ଆର୍‌.ଉଦୟଗିରି ଅବକାରୀ ବିଭାଗର ଏସ୍‌ଆଇ ବୃନ୍ଦାବନ ମଣ୍ଡଳ, ବିଘ୍ନରାଜ ଦାନି, ଘନଶ୍ୟାମ ଜେନା, ଅବକାରୀ ଭ୍ରାମ୍ୟମାଣ ଟିମ୍‌ର କିଶୋର ଚନ୍ଦ୍ର ରଥ, ଅଡବା ଥାନାର ଏଏସ୍‌ଆଇ ଜୋନ ଶବରଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ